କୁଇକନ୍ଦ ଉନ୍ନୟନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର

ମୋହନା,?(ଅଂଶୁମାନ ପଣ୍ଡା): ଆଦିବାସୀ ବହଳ ଅଞ୍ଚଳ ଏଠି ଲୋକେ ଗରିବ ଓ ଅଶିକ୍ଷିତ ରହିଛନ୍ତି ଦିନେ କୁଲି ମଜୁରୀ କଲେ ପରିବାର ଚଳେ ହେଲେ ଦିନ କୁ ଦିନ ଏଠି ଅଧିକାରୀ ମାନେ ଦୁର୍ନୀତି କରିବାରେ ଲାଗିଛନ୍ତି | ଜା ଫଳରେ ସରକାରଙ୍କ ଉର୍ଣ୍ଣତି ମୂଳକ କାମ ବାଟ ବନା ହେଉଛି | ଏପରିକି ଅଡବା ଥାନାରେ ଆଗରୁ ଥିବା ଅଧିକାରୀ ମାନେ ନିରୀହ ଗରିବ ଲୋକଙ୍କୁ ମିଥ୍ୟା କେଶ ରେ ଗିରଫ କରିବା ସହ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଲାଞ୍ଚ ନେଉଥିଲେ ରାଜ୍ୟ ସରକାର ଦୁର୍ନୀତି କାରୀ ଅଧିକାରୀଙ୍କୁ କାର୍ଯ୍ୟରୁ ବହିସ୍କୃତ କରୁଛନ୍ତି | କିନ୍ତୁ ଆଜି ପର୍ଯ୍ୟନ୍ତ ମୋହନା ବିଡ଼ିଓ ବଂଶୀଧର ଖୋସଲା,ପୂର୍ବତନ ଅଡବା ଥାନା ଅଧିକାରୀ ତପନ କୁମାର ପତି ଯୋଗାଣ ଅଧିକାରୀ ଶଙ୍କର ବେହେରା ଏସଆଇ ଆଲୋକ ରଞ୍ଜନ ଯୋଗ ଦେଇ ଓ ଅନ୍ୟ କର୍ମଚାରୀ କାଜୁ ଗାଡ଼ି ମାଲିକ ବି ମୋହନ ରାଓ, କାଜୁ ବେପାରୀ କେ.ରବି କୁମାର ଙ୍କ ନାମରେ ହୋଇଥିବା ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ଗିରଫ ନ କରି ପ୍ରଶାସନ ଘଣ୍ଟ ଘଉଡ଼ାଇ ଚୁପ ରହିଛି | ଜା ଫଳରେ ସେମାନେ ସରକାରୀ ଟଙ୍କା ହଡପ କରି ନିଜକୁ ସାଧୁ କହି ଫେରାର ହୋଇଛନ୍ତି | ଯଦି ନିରୀହ ଗରିବ ଆଦିବାସୀ ଙ୍କୁ ମିଥ୍ୟା କେଶ ରେ ଫସାଇ ଗିରଫ କରାଯାଉଛି | ଏମାନଙ୍କୁ କଣ ପାଇଁ ଗିରଫ କରି କାର୍ଯ୍ୟରୁ ବହିସ୍କୃତ କରାଯାଉନି ବୋଲି ଏକ ଦାବି ପତ୍ରରେ ଉଲେଖ କରାଯାଇଛି | ଏଥିପ୍ରତି ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ତସିଲି ଦାର କଲ୍ୟାଣି ସଙ୍ଘ ମିତ୍ର ଦେବିଙ୍କ ଜରିଆରେ ପ୍ରଦାନ କରାଯାଇଛି | ଗତ ଅଗଷ୍ଟ ମାସ୨୪ ରେ ଅନ୍ଦ୍ର ପ୍ରଦେଶ ଠାରୁ କାନପୁରକୁ ଏକ ଟ୍ରକ ଯୋଗେ ୧୭ ଟନ କାଜୁ ମୂଲ୍ୟ ୬୭ ଲକ୍ଷ୍ୟ ନେଉଥିବା ବେଳେ ସେଥିରେ ଗଞ୍ଜେଇ ଜବତ କରିଥିଲା ଅଡବା ପୋଲିସ ହେଲେ ମାଜିଷ୍ଟ୍ରେଟ ଦାଇତ୍ୱରେ ଥିଲେ | ବିଡ଼ିଓ ବଂଶୀଧର ଖୋସଲା ଉପସ୍ଥିତ ରହିଥିଲେ | ହେଲେ ବିନା ନୋଟିସ ରେ ଜବତ କାଜୁ କୁ ରାତି ଅଧରେ ବିକ୍ରି କରିଥିଲେ | ୫ଜଣ ମିଳିମିଶି ଏହି ଖବର ଗଜପତି ଏସପି ତପନ କୁମାର ପଟ୍ଟନାୟକ ଜାଣିବା ପରେ କୋର୍ଟ ନ୍ୟମ ଅନୁଯାଇ ୫ ଜଣଙ୍କ ନାମରେ ଅଡବା ଥାନାରେ ଏକ ମାମଲା ରୁଜୁ କରିଥିଲେ | ଏହାର ତଦନ୍ତ ଭାର ଏସଡିପିଓ ଦିଲ୍ଲୀପ କୁମାର ନାୟକ ନେଇଛନ୍ତି | ମାମଲା ରୁଜୁ ପରେ ଆଲୋକ ରଞ୍ଜନ ଜଗଦଲା କାର୍ଯ୍ୟରୁ ବହିସ୍କୃତ କରାଯାଇଛି | ଅନ୍ୟ ମାନେ ଫେରାର ଅଛନ୍ତି ସେହି ପରି କିଛି ଦିନ ତଳେ ବିରିକୁଟ ଅଞ୍ଚଳରୁ ଦୁଇ ଜଣଙ୍କୁ ମିଥ୍ୟା ଗଞ୍ଜେଇ କେଶ ରେ ଗିରଫ କରାଯାଇଥିଲା ଏ ନେଇ ଅଞ୍ଚଳ ବାସୀ ଥାନା ଆଗରେ ଆନ୍ଦୋଳନ କରିଥିଲେ ଥାନା ଅଧିକାରୀ ତପନ କୁମାର ପତି ଓ ଏସଆଇ ଚନ୍ଦନ କୁ ବଦଳି ଦାବିରେ, କିନ୍ତୁ ତପନ ପତିଙ୍କୁ ବଦଳି କରାଯାଇଥିବା ବେଳେ ଚନ୍ଦନକୁ ବଦଳି କରାଯାଇନି ପଦକ୍ଷେପ ନେଇନଥିଲେ ଜାଫଳରେ ଅଞ୍ଚଳ ବାସୀ ତୀବ୍ର ନିନ୍ଦା କରିଛନ୍ତି | ଏହା ସହ ତିଟିଲି ଓ କୋଭିଡ଼ି,ମୋ ଶୌଚାଳୟ ରେ କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି ବିଡ଼ିଓ ତେଣୁ ଏହାର ଭିଜିଲାନ୍ସ ତଦନ୍ତ କରି ଗିରଫ କରାଯାଉ ୫ ଜଣଙ୍କୁ ବୋଲି କୁଇକନ୍ଦ ଉନୟନ ପରିଷଧ ପକ୍ଷରୁ ଏକ ଦାବି ପତ୍ର ଦେବା ସହ ୪ ଦିନ ମଧ୍ୟରେ ଉଚିତ ନ୍ୟାୟ ମିଳିଲେ ଆଦିବାସୀ ଏକତ୍ରିତ ହେବା ସହ ଆନ୍ଦଳନକୁ ଓଲ୍ହାଇବେ ବୋଲି ୧୫ଟି ସରପଞ୍ଚ ସମିତି ସଭ୍ୟ ଓ ସଙ୍ଘ ର ସଭାପତି ବାଡିସା ମାଝୀ,ଶରତ ମଲିକ,ଦୁଃଖୀ ସାମ ବେହେରା ଓ ଅନ୍ୟ କର୍ମଚାରୀ ମାନେ ଏହି ଦାବି ପତ୍ର ଦେବା ସମୟରେ ପୋଲିସ ଏସ.ଆଇ ସୁନିଲି କୁମାର ଦଳାଇ ଓ ପୋଲିସ ଟିମ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ