ନକ୍ସଲ ବିରୋଧି ଅଭିଯାନକୁ ଜୋରଦାର କରାଯିବ: ଡିଜି

ଭୁବନେଶ୍ୱର, (‌ୱାଇଏନ୍‌ଏସ୍‌): ଛତିଶଗଡ଼ରେ ମାଓବାଦୀମାନଙ୍କ ଆକ୍ରମଣରେ ୨୨ଜଣ ଯବାନ ଶହୀଦ ହେବାପରେ ଓଡ଼ିଶାରେ ମାଓବାଦୀ ବିରୋଧୀ ଅଭିଯାନକୁ ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ୍ ମହାନିର୍ଦ୍ଦେଶକ ଅଭୟ ।ସେ ଏହି ଘଟଣାକୁ ନିନ୍ଦା କରାଯିବା ସହ ମାଓବାଦୀମାନଙ୍କ ବିରୁଦ୍ଧରେ ସିଆର୍‌ପିଏଫ୍ ଓ ଅନ୍ୟ ଫୋର୍ସଙ୍କ ସହ ମିଶି ମାଓବାଦୀ ବିରୋଧୀ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି । ସେ ଛତିଶଗଡ଼ରେ ବଳିଦାନ ଦେଇଥିବା ସୈନିକମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହ ଏହି ଭୀରୁତାପୂର୍ଣ୍ଣ ଆକ୍ରମଣକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାରେ ମାଓବାଦୀ ହିଂସା କମିଥିବାବେଳେ ସମସ୍ତଙ୍କ ସହଯୋଗରେ ଏହାର ମୂଳୋତ୍ପାଟନ କରିବା ପାଇଁ ଆମେ ସଂକଳ୍ପବଦ୍ଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ