ନଖରା ଓ ଗରୁଡ଼ ପଞ୍ଚାୟତର ସମସ୍ତ ସ୍ୱାବ ନେଗେଟିଭ

ଟାଙ୍ଗୀ/ଚୌଦ୍ଵାର: (ଦୀପକ୍ କୁମାର ବେଉରା) ନଖରା ଓ ଗରୁଡ଼ଗାଁ ପଂଚାୟତ ବାସୀଙ୍କ ପାଇଁ ଖୁସି ଖବର ।ଏହି ଦୁଇ ପଞ୍ଚାୟତରୁ ଗତ ୭ ତାରିଖରେ ଯାଇଥିବା ସମସ୍ତ ସ୍ୱାବ ଟେଷ୍ଟ ନେଗେଟିଭ ଆସିଛି ।ଏଠାରେ ସୂଚନାଯୋଗ୍ୟ ନଖରା ପଂଚୟତର ରୁ ୧୨ ଜଣ ଓ ଗରୁଡ଼ଗାଁ ପଂଚାୟତ ରୁ ୪୮ ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା । ଏଗୁଡିକ ନେଗେଟିଭ ଆସିବା ପରେ ଅଞ୍ଚଳବାସୀ ଶାନ୍ତିରେ ନିଶ୍ୱାସ ମାରିଛନ୍ତି । ଗରୁଡ଼ଗାଁ ସରପଞ୍ଚ, କଂହେଇପୁର ସମିତି ସଭ୍ୟ ଓ ଗୋବିନ୍ଦପୁର ସରପଞ୍ଚ ଙ୍କ ସ୍ୱାବ ମଧ୍ୟ ପଠାଯାଇଥିଲା ।ସମସ୍ତଙ୍କର ଟେଷ୍ଟ ନେଗେଟିଭ ଆସିଛି । ଏହି ଦୁଇ ପଞ୍ଚାୟତରୁ ଜଣେ କରି କରୋନା ପଜେଟିଭ ଚିହ୍ନଟ ହେବା ପରେ ଉଭୟଙ୍କ ପରିବାର ଓ ସମ୍ପର୍କରେ ଆସିଥିବା ୬୦ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ