ନଖରା ପଞ୍ଚାୟତରେ ୧୨ ସ୍ଵlଵ ପରୀକ୍ଷା ପାଇଁ ଗଲା
ଚୌଦ୍ୱାର, (ଦୀପକ୍ କୁମାର ବେଉରା) : ଟାଙ୍ଗୀ-ଚୌଦ୍ୱାର ବ୍ଲକ ନଖରା ପଂଚାୟତ କରୋନା ଆକ୍ରାନ୍ତ ଙ୍କ ସମ୍ପର୍ଶ୍ୱରେ ଆସିଥିବା ବାର ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଗଲା ।ଆଜି ସ୍ବାସ୍ତ୍ୟ ବିଭାଗର ଏକ ସ୍ୱତନ୍ତ୍ର ଦଳ ଏହି ବାର ଜଣଙ୍କ ସ୍ୱାବ ସଂଗ୍ରହ କରି ଟେଷ୍ଟ ନିମନ୍ତେ ପଠାଇଛନ୍ତି ବୋଲି ସରପଞ୍ଚ ପବିତ୍ର ଉପାଧ୍ୟାୟ ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ କଟକ ଏସସିବି ମେଡିକାଲ ରେ କାର୍ଯ୍ୟରତ ଜଣେ ସୁପରଭାଇଜର ଯେକି ବଡ଼ଚାଂଚ ଗ୍ରାମର ବାସିନ୍ଦା ଅଟନ୍ତି ତାଙ୍କର କରୋନା ପଜେଟିଭ ଚିହ୍ନଟ ହେବା ପରେ ପଞ୍ଚାୟତକୁ ସରପଞ୍ଚ ଗୁରୁବାର ରାତ୍ର ଦଶଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରୁଛନ୍ତି । ଆଜି ସଂକ୍ରମିତ ବ୍ୟକ୍ତିଙ୍କ ପରିବାରଓ ସମ୍ପର୍କୀୟ ଏପରି ୧୧ଜଣଙ୍କ ଏବଂ ଜଣେ ସେଲୁନ ଦୋକାନୀଙ୍କ ସ୍ୱାବ ସଂଗ୍ରହ କରାଯାଇଛି । ସ୍ୱାବ ସଂଗ୍ରହ କରାଯାଇଥିବା ଲୋକଙ୍କୁ ଗୃହ ସଂଗରୋଧ ରେ ରହିବାକୁ କୁହାଯାଇଛି । ପ୍ରାଥମିକ ପର୍ଯ୍ୟାୟ ରେ ଏମାନଙ୍କ ସ୍ୱାବ ରିପୋର୍ଟ ଆସିବା ପରେ ସେହି ଅନୁସାରେ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇ ଅନ୍ୟ ମାନଙ୍କ ସ୍ୱାବ ସଂଗ୍ରହ କରାଯିବ ବୋଲି ଜଣାପଡିଛି । ଏହି ଘଟଣାରେ ପଂଚାୟତବାସୀ ଭୟଭୀତ ନହେବାକୁ ତଥା ମିଥ୍ୟା ପ୍ରଚାରରେ ବିଶ୍ୱାସ ନକରିବାକୁ ସରପଞ୍ଚ ଅନୁରୋଧ କରିଛନ୍ତି । ସମସ୍ତେ ସାମାଜିକ ଦୂରତା ସହ ସମସ୍ତ କୋବିଦ ନିୟମ ମାନି ଚାଳିବାକୁ ମଧ୍ୟ ଅନୁରୋଧ କରିଛନ୍ତି ।


