ନଗର ବିଜେଡି ପକ୍ଷରୁ ସଦସ୍ୟତା ସଂଗ୍ରହ ଅଭିଯାନ

କେନ୍ଦ୍ରାପଡା (ଯୁଗାବ୍ଦ ନୁୃ୍ୟଜ୍): କେନ୍ଦ୍ରାପଡା ନଗର ବିଜେଡି ପକ୍ଷରୁ ସଦସ୍ୟ ସଂଗ୍ରହ ଅଭିଯାନ ଅବସରରେ ରବିବାର ପୂର୍ବାହ୍ନରେ ଗରାପୁର ଡାକବଙ୍ଗଳା ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନଗର ବିଜେଡି ସଭାପତି ଶ୍ରୀକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁ ଜନତା ଦଳର ସଦସ୍ୟତା ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେବା ସହ ଦଳର ସଂଗଠନକୁ ମଜଭୁତ କରିବାକୁ କହିଥିଲେ । ଏହି ଅବସରରେ କେନ୍ଦ୍ରାପଡା ପୈାରସଂସ୍ଥା ଅଧିନ ୫ଟି ୱାର୍ଡକୁ ନେଇ ଗୋଟିଏ କମିଟି କରି ମୋଟ ୨୧ଟି ୱାର୍ଡରେ ୪ଟି କମିଟି ଗଠନ କରାଯାଇଥିଲା । ଏହି କମିଟି ଦଳର ସଦସ୍ୟତା ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବ । ଏତଦଭିନ୍ନ ପୈାରସଂସ୍ଥାର ପ୍ରତ୍ୟେକ ୱାର୍ଡରେ ୧୫ଜଣ ସକ୍ରୀୟସଦସ୍ୟଙ୍କୁ ନେଇ ସେହି ୱାର୍ଡରେ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ କରିବାକୁ ନିଷ୍ପତି ଓ ତୁରନ୍ତ ଏହି କାର୍ଯ୍ୟକ୍ରମକୁ ସାରିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସ୍ନେହପ୍ରଭା ତ୍ରିପାଠୀ, ପୂର୍ବତନ ପୋରାଧ୍ୟକ୍ଷ ରୋସ୍ôନା ସାହୁ, ସବିତା ସାହୁ, ସଞ୍ଜୟ କୁମାର ଜେନା, ଗୁରୁଚରଣ ପଢିହାରୀ, ଦିନବନ୍ଧୁ ବେହେରା, ଶକ୍ତିକାନ୍ତ ପାତ୍ର, ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ସେକ ଚନ୍ଦନ, ସେକ ମତୁ, ରଞ୍ଜିତ ସାହୁ, ମହେନ୍ଦ୍ର ମିଶ୍ର, ରେବତୀରମଣ ଦାସ, ବିଜୟ ପତି, ଶୁଭେନ୍ଦୁ ବାରିକ, ଗୋଲଖ ପଢିହାରୀ, ଦେବଦାସ ମହାନ୍ତି ପ୍ରମୁଖ ଶତାଧିକ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ