ନଗର ବିଜେପି ପକ୍ଷରୁ ଗୃହ ସମ୍ପର୍କ ଅଭିଯାନ ଆରମ୍ଭ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) ;କେନ୍ଦ୍ରାପଡା ନଗର ବିଜେପି ପକ୍ଷରୁ ଗୃହ ସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି । ପୈାରାଚଂଳର ୨୧ଟି ୱାର୍ଡ ମଧ୍ୟରୁ ୨୦ ଓ ୨୧ ନମ୍ବର ୱାର୍ଡରେ ୧୯୯,୨୦୦ ଓ ୨୦୧ନମ୍ବର ବୁଥରେ ଗୃହ ସମ୍ପର୍କ ଅଭିଯାନକୁ ନଗର ବିଜେପି ପକ୍ଷରୁ ଶୁଭାରମ୍ଭ କରାଯାଇଛି । ମୋଦି ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ହିସାବ ଦେବାର ଏହି ଅଭିଯାନ ଆରମ୍ଭ ହୋଇଛି । ବିଗତ ୬ବର୍ଷ ମଧ୍ୟରେ ମୋଦି ସରକାରର ବିଭିନ୍ନ ଜନ ହିତକାରୀ ଯୋଜନା ଯଥା ଉଜ୍ଜାଲା ଗ୍ୟାସ,ଜନଧନ ଯୋଜନା,ମାଗଣାରେ ରାସନ ଏବଂ କରୋନା ମହାମାରୀ ସମୟରେ ବିଭିନ୍ନ ଯୋଜନାରେ ଜନସାଧାରଣଙ୍କ ପାଖରେ ସେବା ପ୍ରଦାନ ଏବଂ ଅମ୍ଫାନ ମହାବାତ୍ୟାରେ ଓଡିଶାକୁ ଅଗ୍ରୀମ ୫ଶହ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଚିଠି ଏବଂ ବିଗତ ୬ବର୍ଷରେ ସରକାରଙ୍କ ଉପଲବ୍ଧି ସମ୍ପର୍କରେ ଘର ଘର ବୁଲି ଲୋକମାନଙ୍କୁ ଅବଗତ କରାଯାଉଛି । ଏହି କାର୍ଯ୍ୟକ୍ରମକୁ ନଗର ବିଜେଡି ସଭାପତି ଦିଲ୍ଲିପ କୁମାର ଦାଶ,ପ୍ରଦୀପ କୁମାର ନାୟକ,ପ୍ରଭାତ ମହାନ୍ତି,ଅନନ୍ତ ପୃଷ୍ଟି,ଗୋପବନ୍ଧୁ ମହାପାତ୍ର,ବାପିନ ପଣ୍ଡା ଓ ଯୁବନେତା ସୁଦାମ ଚରଣ ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ