ସିବିଏସଇ ଦଶମ ପରୀକ୍ଷାରେ ହଦଗଡ ନବୋଦୟ ବିଦ୍ୟାଳୟର ସଫଳତା

ହାଟଡିହି, (ଓ୍ବାଇଏନ୍ଏସ୍) : କେନ୍ଦୁଝର ଜିଲ୍ଲା ହଦଗଡ ଠାରେ ଥିବା ଜବାହାର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏସିବିଏସଇ ଦଶମ ପରୀକ୍ଷାରେ ଅଭୁତପୁର୍ବ ସଫଳତା ହାସଲ କରିଥିବାରୁ ଶିକ୍ଷକ, ଶିକ୍ଷୟତ୍ରୀ ତଥା ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି । ଶିକ୍ଷାବର୍ଷ ୨୦୧୯/୨୦ରେ ସିବିଏସଇ ଦଶମ ପରୀକ୍ଷାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଥିବାବେଳେ ଛାତ୍ରୀ ପ୍ରୀତି ପାଏଲ ସର୍ବାଧିକ ୯୭.୮ ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ଛାତ୍ର ବିଭୁତି ସୁନ୍ଦର ଜେନା ୯୬.୬ ପ୍ରତିଶତ ମାର୍କ ରଖି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ଗଣିତରେ ଶତପ୍ରତିଶତ ମାର୍କ ସହିତ ମୋଟ ୯୬.୨ପ୍ରତିଶତ ମାର୍କ ରଖିଥିବା ରାଜଲକ୍ଷ୍ମୀ ସ୍ୱାଇଁ ଏବଂ ମାନାଲି ମିଶ୍ର ଉଭୟେ ତୃତୀୟସ୍ଥାନ ଅଧିକାର କରିଛନ୍ତି । ବିଦ୍ୟାଳୟର ଅଧ୍ୟକ୍ଷ ପି. ମଣିକଣ୍ଡନଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ସଫଳ ଛାତ୍ରଛାତ୍ରୀଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ