ନଗୁଡ ଗ୍ରାମରେ ବୃଦ୍ଧଙ୍କୁ ହତ୍ୟା ସନ୍ଦେହ !

ବୁଗୁଡା, (ଅନିଲ ମହାରଣା):ବୁଗୁଡା ଥାନା ଅନ୍ତର୍ଗତ ନଗୁଡୁ ଗ୍ରାମରେ ଅଗଷ୍ଟ ୯ ତାରିଖ ଦିନ ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧ ଭଗବତ ବେହେରାଙ୍କ ମୃତ୍ୟୁ ସନ୍ଦେହ ଘେରକୁ ଆସିଛି। ପୁଅ ଦୁଃଶାସନ ବେହେରା ଓ ବୋହୁ ରୁନୁ ବେହେରା ଦୁହେଁ ବୃଦ୍ଧ ଭଗବତ ଆତ୍ମହତ୍ୟା କରିଥିବା ପୋଲିସକୁ କହିଥିଲେ ମଧ୍ୟ ପାରିପାର୍ଶ୍ବିକ ଅବସ୍ଥା ଦେଖିଲେ ଏହା ଏକ ହତ୍ୟା ଘଟଣା ବୋଲି ଅନୁମାନ କରା ଯାଉଛି। ବୃଦ୍ଧ ଜଣଙ୍କ ଗାମୁଛା ବାନ୍ଧି ଯଦି ଆତ୍ମହତ୍ୟା କରିଛନ୍ତି, ତେବେ ତାଙ୍କ ପାଟିରୁ ରକ୍ତ ବାହାରି ପିନ୍ଧିଥିବା ଲୁଗା ଭିଜିବା ସହ ଦ୍ୱାରବନ୍ଧ ନିକଟ ପର୍ଯ୍ୟନ୍ତ ରକ୍ତ ବହିଯାଇଛି କିପରି ? ଏତେ ଗୁଡିଏ ରକ୍ତସ୍ରାବ ହିଁ ହତ୍ୟା କରାଯାଇଛି ବୋଲି ସନ୍ଦେହ ଘେରକୁ ଆସୁଛି। ଏହି ମୃତ୍ୟୁ ଖବର ପାଇ ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ସନ୍ଧ୍ୟା ପ୍ରାୟ ୮ ଟା ସମୟରେ ଘଟଣା ସ୍ଥଳକୁ ଯାଇ ମୃତ୍ୟୁ ଶରୀର ଜବତ କରି ଅନୁସନ୍ଧାନ କରିଥିଲେ। ବୃଦ୍ଧଙ୍କ ମୃତ୍ୟୁ ଅପରାହ୍ନରେ ଘଟିଥିବା ପୋଲିସ ଅନୁମାନ କରିଛି। ପୁଅ ଓ ବୋହୁଙ୍କ କହିବା ପ୍ରକାରେ ବୁଗୁଡା ଥାନା କେସ ନଂ ୧୨/୨୧ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଗଷ୍ଟ ୧୦ ତାରିଖ ଦିନ ଶବ ବ୍ୟବଚ୍ଛେଦ ପାଇଁ ପାଠଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣା ପଡିବବୋଲି ଆଇଆଇସି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ