ନଡିଆ ତୋଳିବାକୁ ଯାଇ ଗଛରୁ ପଡି ବୃଦ୍ଧାଙ୍କ ମୃତ୍ୟୁ

ବେଲଗୁଣ୍ଠା- ନଡିଆ ତୋଳିବାକୁ ଗଛକୁ ଚଢ଼ିଥିବା ବେଳେ ଅସାବଧାନତା ଯୋଗୁ ଗଛରୁ ଖସିପଡି ଗୁରୁତର ଅବସ୍ଥାରେ ମେଡିକଲକୁ ନଉଥିବା ବେଳେ ମୃତ୍ୟ ଘଟିଛି । ଏଭଳି ଏକ ଦଃୁଖଦ ଘଟଣା ଘଟିଛି ଗାଂଗପୁର ଥାନା ବାଲିସିରା ପଂଚାୟତ ଲଣ୍ଡା ଜୁଆଳି ଗ୍ରାମରେ । ମିଳିଥିବା ସୂଚନାଅନୁସାରେ ସୁଦୁରୁ ନାୟକ ଲଣ୍ଡା ଜୁଆଳି ଗ୍ରାମର ବଚନ ନାୟକ ଓ ମିଥୁନ ନାୟକଙ୍କ ନିକଟସ୍ଥ କେଶପୂର ଶାସନ ଗ୍ରାମକୁ ଜାଇ ନୃସିଂହନାଥ ଠାକୁରଙ୍କ ବଗିଚାରେ ଥିବା ନଡିଆ ଗଛରେ ଚଢି ନଡିଆ ତୋଳୁଥିଲେ । ପରେ ଅନ୍ୟ ଏକ ଗଛକୁ ଜାଇ ନଡିଆ ତୋଳୁଥିବା ସମୟରେ ଅସାବଧାନତା ଯୋଗୁ ତଳକୁ ଖସି ପଡିଥିଲେ । ସୁଦୁରୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଆସିକା ମେଡିକଲକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ୍ୟ ଘୋଷଣା କରିଥିଲେ । ଏ ନେଇ ସୁଦୁରୁଙ୍କ ସ୍ତ୍ରୀ ଦୈତା ନାୟକ ଗାଙ୍ଗପୁର ଥାନାକୁ ଲିଖିତ ଭାବେ କରିବାପରେ ଗାଙ୍ଗପୁର ପୋଲିସ ୨/୨୦ ରେ ଏକ ଅପମୃତ୍ୟମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୁଦୁରୁଙ୍କ ଶବକୁ ଆସିକା ମେଡିକଲରେ ବ୍ୟବଚ୍ଛେଦ ହେବାପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି ଗାଙ୍ଗପୁର ପୋଲିସ । ସୁଦୁରୁର ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସାହାଜ୍ୟ ଯୋଗାଇ ଦେବା ପାଇଁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ