ଖଣି କ୍ଷେତ୍ରରେ ଚାପ ଯୋଗୁ ଜୀବନଜୀବିକାରେ ବାଧା ସୃଷ୍ଟିହୋଇଛି:ଏଫ୍ଆଇଡିଆର୍
ଭୁବନେଶ୍ୱର ୨୪ ଜାନୁୟାରୀ,୨୦୨୦: ଦେଶରେ ଖଣି କ୍ଷେତ୍ରରେ ପଡ଼ୁଥିବା ଚାପ ଯୋଗୁ ଜୀବନଜୀବିକାରେ ବହୁବିଧ ବାଧା ସୃଷ୍ଟି ହୋଇଛି । ଏନେଇ ଭାରତର ଅଗ୍ରଣୀ ସାମାଜିକ ସଂସ୍ଥା ଫୋରମ୍
ଫର୍ ଇଂଟିଗ୍ରେଟେଡ୍ ଡେଭଲପ୍ମେଂଟ୍ ଆଣ୍ଡ୍ ରିସର୍ଚ୍ଚ(ଏଫ୍ଆଇଡିଆର୍) ପକ୍ଷରୁ ୫ଟି ରାଜ୍ୟରେ ସର୍ଭେ କରାଯାଇ ଏକ ରିପୋର୍ଟ ଉପସ୍ଥାପନ କରାଯାଇଛି । ସର୍ଭେରେ ଦେଶର ୬୦ ପ୍ରତିଶତ ଲୋକ ଖଣିକ୍ଷେତ୍ରରେ ଅନୁଭୁତ ହେଉଥିବା ଚାପ ଯୋଗୁ ସେମାନଙ୍କର ଜୀବନ ଶୈଳୀରେ ପରିବର୍ତନ ଆସିଥିବା ସ୍ୱୀକାର କରିଛନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ହେବାରୁ ମାନସିକ ଚାପ ବଢ଼ିବାରୁ ୬୫ ପ୍ରତିଶତ ପାରିବାରିକ ହିଂସା ବଢୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ଗୋଆ ଏବଂ କର୍ନାଟକରେ ଏଭଳି ଘଟଣା ସର୍ବାଧିକ ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି । ଫଳରେ ଏକ ତୃତୀୟାଶଂ ଲୋକ ସେମାନଙ୍କର ସନ୍ତାନଙ୍କୁ ଶସ୍ତା ବିକଳ୍ପ ଉପଲବ୍ଧ କରାଇବାକୁ ପସନ୍ଦ କରିଛନ୍ତି । ସରକାରଙ୍କ ତ୍ରୁଟିଯୁକ୍ତ ଖଣି ନୀତି ଯୋଗୁ ଏଭଳି ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି । ‘ମାଇନିଂ, ଏ ପ୍ରୁଡେଂଟ୍ ପ୍ରସ୍ପେକ୍ଟିଭ୍’ ନାମକ ଏହି ରିପୋର୍ଟରେ ଗୋଆ, ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା ଏବଂ କର୍ନାଟକରେ ହୋଇଥିବା ସର୍ଭେ ରିପୋର୍ଟକୁ ସ୍ଥାନୀତ କରାଯାଇଛି । ସର୍ଭେରେ ସମାଜର ସମସ୍ତ
ବର୍ଗର ଲୋକଙ୍କୁ ସାମିଲ୍ କରାଯାଇଥିଲା । ଖଣି କ୍ଷେତ୍ରରେ ଳାଗି ରହିଥିବା ଅସ୍ଥିରତା କେବଳ ଏଠାରେ କାମ କରୁଥିବା ଲୋକଙ୍କ ଜୀବନଶୈଳୀକୁ ପ୍ରଭାବିତ କରିନାହିଁ । ବରଂ ଏହା ସେମାନଙ୍କ ପରିବାର ତଥା ସେମାନଙ୍କର ଜୀବନଜୀବିକା ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଛି । ଏହାର ପ୍ରଭାବ ସର୍ବାଧିକ ମହିଳା ଏବ ଂଛୋଟ ପିଲାଙ୍କ ଉପରେ ପଡ଼ିଛି । ଖଣି କ୍ଷେତ୍ରରେ ସହଜରେ କାମ ମିଳୁଥିବା ୭୦ ପ୍ରତିଶତ ଲୋକ ସର୍ଭେ ସମୟରେ ନିଜର ମତାମତ ଦେଇଥିଲେ । ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ିବାରୁ ମାନସିକ ସ୍ଥିତି ଦୁଃସ୍ଥ ହୋଇଥିବା ୨୭ ପ୍ରତିଶତ ଲୋକ ସର୍ଭେ ସମୟରେ ପ୍ରକାଶ କରିଥିଲେ ।


