ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା
ନୟାଗଡ,(ଯୁଗାବ୍ଦ ନ୍ୟୁଜ୍) : ନୟାଗଡ ଜିଲ୍ଳା କୁସୁମୀ ନଦୀ ବ୍ରିଜ ଉପରୁ ଡେଇଁ ଜଣେ ଯୁବକଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ଗତ ୨୭ ତାରିଖ ଦିନ କୈାଣସି ଘଟଣାକ ୁ କେନ୍ଦ୍ରକରି କୁସୁମୀ ନଦୀ ବ୍ରିଜ ଉପରୁ ଡେଇଁ ପଡିଥିଲେ । ଖବର ପାଇ ଦମକଳ ବାହିନୀ ପହଞ୍ଚି ବହୁ ଖୋଜା ଖୋଜି ପରେ ମଧ୍ୟ ପତ୍ତା ମିଳିନଥିଲା । ଯୁବକ ଜଣକ ପରିଚୟ ଖଣ୍ଡପଡା ମଙ୍ଗଳାସାହିର ସୁସାନ୍ତ ମହାପାତ୍ର ବୋଲି ଜଣାପଡିଛି । ତାଙ୍କୁ ଗୁରୁବାର ସ୍ଥାନୀୟ ଲୋକ ନଦୀ ପଠାରେ ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ସୁଶାନ୍ତ ଜଣେ ମାନସିକ ବିକାର ଗ୍ରସ୍ତ ହୋଇଥିବାରୁ ସେ ନିଜେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି । ପୋଲିସ ଶବକୁ ଉଦ୍ଧାର କରି ତଦନ୍ତ ଜାରୀ ରଖିବା ସହ ଶବବେବଛେଦ ନିମନ୍ତେ ମେଡିକାଲକୁ ପଠାଇଛି ।


