ଲାଲୁଙ୍କ ଜୀବନୀ ଉପରେ ହେବ ବାୟୋପିକ୍‌

ବଲିଉଡର ଏବେ ବାୟୋପିକ୍ ଟ୍ରେଣ୍ଡ ଚାଲିଛି । ରାଜନୀତିଜ୍ଞଙ୍କଠାରୁ ଆରମ୍ଭ କରି ଖେଳାଳିଙ୍କ ଉପରେ ପ୍ରଯୋଜକମାନେ ଫିଲ୍ମ ତିଆରି କରୁଛନ୍ତି । ତେବେ ରାଜନୀତି ହେଉ କି କୂଟନୀତି, ସବୁଥିରେ ଦକ୍ଷତା ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଉପରେ ଏବେ ଫିଲ୍ମ ତିଆରି ହେବାକୁ ଯାଉଛି । ନିଜ କଥାରେ ସମସ୍ତଙ୍କୁ ହସାଉଥିବା ଲାଲୁଙ୍କ କହିବା ଶୈଳୀ ସବୁବେଳେ ଚର୍ଚ୍ଚାରେ ରହିଥାଏ । ତେବେ ତାଙ୍କ ରାଜନୀତିକ ଜୀବନକୁ ନେଇ ଆଧାରିତ ହୋଇଥିବା ଏହି ଫିଲ୍ମର ନାଁ “ଲାଲଟେନ୍‌’ ରଖାଯାଇଛି । ଏହା ଲାଲୁଙ୍କ ଦଳୀୟ ଚିହ୍ନ । ଲାଲୁଙ୍କ ଚରିତ୍ରରେ ଭୋଜପୁରୀ ଅଭିନେତା ୟଶ କୁମାର ଓ ରାବ୍ରି ଦେବୀଙ୍କ ଚରିତ୍ରରେ ସ୍ମୃତି ସିହ୍ନା ନଜରକୁ ଆସିବେ । ସୁମନ କୁମାର ଫିଲ୍ମର ପ୍ରଯୋଜନା କରୁଥିବା ବେଳେ ଆସନ୍ତା ବର୍ଷ ଫେବୃୟାରୀରେ ଭୋଜପୁରୀ ଭାଷାରେ ଏହି ଫିଲ୍ମ ପରଦାକୁ ଆସିବ ବୋଲି ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ