ନଦୀବନ୍ଧ ରେ ବୃଦ୍ଧଙ୍କୁ ହତ୍ୟା ଘଟଣା : ନାତୁଣୀ ଜ୍ୱାଇଁ ଗିରଫ

ନିମାପଡ଼ା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଝାମ୍ପୁଲା କୁଦ ଗାଁ ର ଗୋବିନ୍ଦ ସାହୁ( ୭୫) ଙ୍କ ହତ୍ୟା ମାମଲାରେ ନିମାପଡ଼ା ଥାନା ପୋଲିସ ତାଙ୍କ ନାତୁଣୀ ଜ୍ୱାଇଁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗୋବିନ୍ଦ ଶୌଚ ହେବାପାଇଁ ନିକଟସ୍ଥ କୁଶଭଦ୍ରା ନଦୀକୁ ଯାଇଥିବା ବେଳେ ନଦୀ ବନ୍ଧ ଉପରେ କେହି ଅଜଣା ଦୁର୍ବୁ ତ୍ତ ତାଙ୍କୁ ଶାବଳ ରେ ମାଡ଼ ମାରି ହତ୍ୟା କରିଥିବା ନେଇ ତାଙ୍କ ପୁତ୍ର ନୀଳମଣି ସାହୁ ନିମାପଡ଼ା ଥାନାରେ ଅଭିଯୋଗ କରିଥିଲେ । ନିମାପଡ଼ା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସ୍ଥଳରୁ ଏକ ସାବଳ ଓ ଗୋଟିଏ ଠେଙ୍ଗା ଜବତ କରି ତଦନ୍ତ କରି ଘଟଣାରେ ସଂପୃକ୍ତ ତାଙ୍କ ନାତୁଣୀ ଜ୍ୱାଇଁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଧାର ନେଇଥିବା ଟଙ୍କା ନ ଫେରାଇଵାକୁ କେନ୍ଦ୍ରକରି ବୃଦ୍ଧ ଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଥିବା ବେଳେ ଅଭିଯୁକ୍ତ ଅକ୍ଷୟ ସାହୁ ର ଘର ଗୋପ ଥାନା ଅନ୍ତର୍ଗତ ସୂଜାନଗର ବୋଲି ସୂଚନା ଦେଇଛି । ଅକ୍ଷୟ ସାହୁ ଏକ ଛୋଟ ଜଳଖିଆ ଦୋକାନ ଝାମ୍ପୁଲାକୁଦ ଗ୍ରାମ ନିକଟରେ କରିଥିଲା । ଦୋକାନ କରିବାପାଇଁ ସେ ଗୋବିନ୍ଦ ସାହୁ ଙ୍କ ଠାରୁ ଟଙ୍କା ଧାର ନେଇଥିଲା । କିନ୍ତୁ ଟଙ୍କା ଫେରାଉ ନ ଥିଲା । ଗୋବିନ୍ଦ ବାରମ୍ବାର ଟଙ୍କା ମାଗିବାରୁ ଏପରି ଜଘନ୍ୟ ଘଟଣା ଘଟାଇଛି ବୋଲି ପୋଲିସ କହିଛି । ଏ ସମ୍ପର୍କରେ ନିମାପଡ଼ା ଥାନାରେ ଦଫା ୩୦୨ରେ ଏକ ମୋକଦ୍ଧମା ରୁଜୁ କରାଯାଇଛି । ନିମାପଡା ଥାନା କେଶ ନମ୍ୱର ୨୦୬/୨୨। ଏହି ଘଟଣା ସମଗ୍ର ନିମାପଡା ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି  କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ