ନଦୀରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ଠାବ
ଯୋଡ଼ା ,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଦଡୁଆଁ ନିକଟସ୍ଥ ବୈତରଣୀ ନଦୀରେ ଏକ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ପୋଲିସ ଠାବ କରିଛି । ବିଲେଇପଦା ଫାଣ୍ଡି ଅଧିକାରୀ ରଂଜନ କୁମାର ବିଶ୍ୱାଳ ସୂଚନା ଦେଇ କହିଛନ୍ତି ଯେ, ମଙ୍ଗଳବାର ଅପରାହ୍ନ ପ୍ରାୟ ୪ ଘଟିକା ସମୟରେ ଉକ୍ତ ନଦୀ ରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୋଲିସ କୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହନଚି ମୃତଦେହ ଉଦ୍ଧାର କରିଥିଲା । ପୋଲିସର ପ୍ରାଥମିକ ତଦନ୍ତରୁ ମୃତ ଦେହଟି ନଦୀର ଉପର ମୁଣ୍ଡରୁ ଭାସି ଆସିଥିବ ଏବଂ ୨ ଦିନ ହେବ ତାଙ୍କର ମୃତ୍ୟୁ ହୋଇଥିବା ତଦନ୍ତରୁ ଜାଣିବାକୁ ପାଇଛି । ମୃତ ବ୍ୟକ୍ତି ଜଣକ ଏକ ଗାମୁଛା ପିନ୍ଧିଥିଲେ । ତାଙ୍କର ବୟସ ପ୍ରାୟ ୫୦ ବର୍ଷ ହେବ ବୋଲି ପୋଲିସ ଅନୁମାନ କରିଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଫାଣ୍ଡି ଅଧିକାରୀ ରଂଜନ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି


