ନଦୀରେ ଭାସିଯାଇଥୀବା ନିଖୋଜ ଯୁବକଙ୍କ ଶବ ଉଦ୍ଧାର
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ବାଗଶଳା ଗ୍ରାମ ନିକଟରେ ଥିବା ମହେନ୍ଦ୍ରତନେୟା ନଦୀରେ ବୁଡି ଜଣେ ବତିଶି ବର୍ଷ ବୟସ ଯୁବକ ରବିବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ନିଖୋଜହୋଇଥିଲା । ନିଖୋଜ ଯୁବକ ଜଣକ ହୋଉଛନ୍ତି ତେଜେଶ୍ଵର ରାଓ । ସେହି ଗ୍ରାମର ମନ୍ଦିରରେ ପୂଜାଅର୍ଚନା ପାଇଁ ବ୍ରହ୍ମପୁର ରୁ ଆସିଥିବା ବେଳେ ପୂଜା ଆରମ୍ଭ ପୂର୍ଵରୁ ସ୍ନାନ ପାଇଁ ନଦୀ କୁ ଯାଇ ଆଉ ଫେରିନଥିଲେ | ଖବର ପାଇ ପରିବାର ଲୋକ ଏବଂ ଗ୍ରାମ ବାସୀଙ୍କ ମିଳିତ ସହାୟତ ରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ବହୁସମୟ ଧରି ଖୋଜାଖୋଜି କରିଥିଲେ | ପ୍ରାୟ ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ବହୁ ଖୋଜାଖୋଜି ଜାରି ରହିଥିବା ସତ୍ତ୍ୱେ ଯୁବକ ର କୌଣସି ପତା ମିଳିପାରିନଥିଲା | ଏ ନେଇ ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର ଏବଂ ତାଙ୍କର ପୋଲିସ ଟିମ୍ ଅନୁସନ୍ଧାନ ଜାରି ରଖିଥିଲେ । ନଦୀରେ ଯୁବକଙ୍କ ମୃତ ଦେହ ଭାସୁଥିବା ଦେଖା ଯାଇଥିଲା । ଏହି ଖବର ପାଇ ଗୁରାଣ୍ଡି ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ମୃତ ଦେହ ଜବତ କରି ଗୁରାଣ୍ଡି ଥାନା ପକ୍ଷରୁ ମାମଲା ନମ୍ବର 1/22 ରେ ରୁଜୁ କରି ଗୁରାଣ୍ଡି ଥାନା ଅଧିକାରୀ ସୂଚନା ଦେଇଥିଲେ । ଏହାପରେ ଶବ ବ୍ୟବଚ୍ଛେଦ ପାଁଇ ପାରଳାଖେମୁଣ୍ଡି ମୁଖ୍ୟ ଚିକିଛାଳୟ କୁ ପଠା ଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ବାପା ମା ଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା ।


