ନଦୀ ରେ ବୁଡ଼ି ମହିଳା ଙ୍କ ମୃତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଚୁଡ଼ଙ୍ଗପୁର ପଞ୍ଚାୟତ ପୁରୁଣା ଜଲମରା ଗ୍ରାମ ଘୋଡ଼ାହାଡ଼ ନଦୀ ରେ ବୁଡ଼ି ଜଣେ ମହିଳାଙ୍କ ମୃତ ହୋଇଥିବା ସୂଚନା ମିଳିଛି l ସେ ହେଲେ କରାଖଣ୍ଡି ଗ୍ରାମର ସଞ୍ଜୁ ଡାକୁଆ l ସଞ୍ଜୁ ତାଙ୍କ ଝିଅ ଘର ଗାଁ ପୁରୁଣା ଜଳମରା ଗ୍ରାମ କୁ ଆସିଥିଲେ ନଦୀ ରେ ଗାଧେଇବା ପାଇଁ ଯାଇଥିବା ବେଳେ ଅସାବଧାନତା କାରଣରୁ ନଦୀ ଭିତରକୁ ଚାଲିଯାଇଥିଲେ l ସେଠାରେ ଗାଧୋଉଥିବା ଲୋକ ସଞ୍ଜୁ କୁ ଉଦ୍ଧାର କରି ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ l ପାଟପୁର ପୋଲିସ ଡାକ୍ତର ଖାନରେ ପହଞ୍ଚି ମୃତ ଦେହ ଜବତ କରି ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ