ନନ୍ଦିନୀ ଶତପଥିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର:(ଯୁଗାବ୍ଦ ନ୍ୟୁଜ୍): ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଯୋଜନା କମିଶନ ଅଧ୍ୟକ୍ଷା ଲୌହ ମାନବୀ ସ୍ୱର୍ଗତା ନନ୍ଦିନୀ ଶତପଥିଙ୍କ ୧୩ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ‘ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ’ ତରଫରୁ ଗଭୀର ଶ୍ରଦ୍ଧାସୁମନ ଅର୍ପଣ କରାଯାଇଅଛି । ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ସଂଘର ସଦସ୍ୟବୃନ୍ଦ, ଅଂଚଳର ବରିଷ୍ଟ ନାଗରିକ ଓ ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ଯୋଗଦେଇ ସ୍ୱର୍ଗତା ଶତପଥିଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଉକ୍ତ ସଭାରେ ସମାଜସେବୀ ତଥା ଅତିତରେ ତାଙ୍କ ସହ କାର୍ଯ୍ୟକରିଥିବା ଯୁବନେତା ତଥା ସଂଘର ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ(ସିଲୁ) ନାରୀ ସଶକ୍ତିକରଣ ଲକ୍ଷ୍ୟ ପୂରଣ ପାଇଁ ତାଙ୍କ ଆତ୍ମଜୀବନୀଙ୍କୁ ବିଦ୍ୟାଳୟ, ମହାବିଦ୍ୟାଳୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ପାଇଁ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଠାରେ ଦୃଢ ଦାବି କରିବା ସହ ତାଙ୍କ ପୈତୃକ ଜନ୍ମସ୍ଥାନରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା ଓ ସମାଜସେବା କିମ୍ବା ସାହସିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ରାଜ୍ୟ ସରକାର ଜଣେ ନାରୀ ପ୍ରତିଭା ଓ ଶିଶୁ ପ୍ରତିଭାଙ୍କୁ ସମ୍ମାନୀତ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆଗାମୀ ଦିନରେ ଦୃଢ ଦାବି ରଖିବା ପାଇଁ ସଂଘରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରାଗଲା । ତାଙ୍କ ନାମରେ ଏକ ମହିଳା ମହାବିଦ୍ୟାଳୟ ଯେଉଁଥିରେ ଆର୍ଥିକ ଦୁର୍ବଳଶ୍ରେଣୀ ଓ ସମାଜରେ ବିଭିନ୍ନ ପ୍ରକାରର ଧନ୍ଦାମୂଳକ ଓ ବୈଷୟିକ ପାଠ୍ୟକ୍ରମରେ ପଢିବା ପାଇଁ ସମସ୍ୟାର ସମ୍ମୁଖିନ ହେଉଥିôବା ଛାତ୍ରୀମାନେ ପଢିବାର ସୁଯୋଗ ପାଇବା ସହ ତାଙ୍କ ଭଳି ଜଣେ ଦୃଢମନା ମହିଳାଙ୍କ ସମ୍ପର୍କରେ ଜାଣିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବେ । ସଭା ପ୍ରାରମ୍ଭରେ ସ୍ୱର୍ଗତା ନନ୍ଦିନୀ ଦେବୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପୁଷ୍ପଗୁଚ୍ଛ ଦିଆଯାଇ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ପରେ କ୍ୟାଣ୍ଡଲ ପ୍ରଜ୍ୱଳନ କରି ସ୍ୱର୍ଗତା ଆତ୍ମ।।ର ସଦ୍ଗତି କାମନା କରାଯାଇଥିଲା । ଉକ୍ତ ସଭାରେ ସଂଘର ବରିଷ୍ଠ ସଭ୍ୟ ତଥା କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ, କୁମର ବାରିକ, ଜୀବନ ପଟ୍ଟନାୟକ, ଗଦାଧର ପ୍ରସାଦ ରଥ, ଜ୍ଞାନେନ୍ଦ୍ର ମହାପାତ୍ର, ଗୋବିନ୍ଦ ଚନ୍ଦ୍ର, କୈଳାସ ସାହୁ, ଶିଶିର ମହାରଣା, ଅର୍ଜୁନ ଦେହୁରୀ, ବାଳକୃଷ୍ଣ ମଣ୍ଡଳ, ନିରଞ୍ଜନ ସାହୁ ଓ ସ୍ଥାନୀୟ ଅଂଚଳର ବୁଦ୍ଧିିଜିବୀ ପ୍ରମୁଖ ଯୋଗ ଦେଇଥିଲେ । ସାଂସ୍କୃତିକ ସଂପାଦକ ବଟକୃଷ୍ଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ