ଗଣେଷ ପୂଜା ଉପଲକ୍ଷେ ଶୂଭଖୁଣ୍ଟି ସ୍ଥାପନ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଅଗ୍ରପୂଜ୍ୟ ପ୍ରଭୂ ଶ୍ରୀଶ୍ରୀ ଗଣେଷ ପୂଜା ଉପଲକ୍ଷେ ଛତ୍ରପୁର ଏନଏସି ୧୧ନଂ ୱାର୍ଡ ଅନ୍ତର୍ଗତ ଗିଲିଟିପେଟା ସାହି ଗଣେଷ ପୂଜା କମିଟି ପକ୍ଷରୁ ସାହିର ପୂଜା ମଣ୍ଡପ ଠାରେ ଶୂଭଖୁଣ୍ଟି ସ୍ଥାପନ କରାଯାଇଛି । ଗଣେଷ ପୂଜା ସେପଟେମ୍ବର ୨ତାରିଖ ହେବାକୁ ଆଜି ଏହାର ଶୂଭ ଖୁଣ୍ଟି ସ୍ଥାପନ କରାଯାଇଛି । କମିଟି ଏହି ପୂଜା ସାତଦିନ ବ୍ୟାପି କରାଯିବ ବୋଲି ସୂଚନା ମିଳିଛି । ବିଗତ ୫୫ବର୍ଷ ଗିଲଟିପେଟା ସାହିରେ ପୂଜା କମିଟି ପକ୍ଷରୁ ଗଣେଷ ପୂଜା ବହୁ ଧୁମଧାମରେ ପାଳିତ ହୋଇଆସୁଛି । ଆଲୋକ ସଜ୍ୟା ସହି ମଣ୍ଡପ ସାଜସଜା ଏବଂ ବିରାଟ ମୂର୍ତ୍ତ ି ନିର୍ମାଣ କରିବା ନିମନ୍ତେ ଏକ ପ୍ରକାର ଆଲୋଚନା କାରଯାଇଛି । ଆଜି ପୁରୋହିତ ରାଜେନ୍ଦ୍ର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ପୂଜା ଅର୍ଚ୍ଚନା କାରଯାଇ ଶୂଭଖୁଣ୍ଟି ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗଣେଷ ପୂଜା କମିଟିର ସଭାପତି ଏସ୍.ପ୍ରବୀଣ କୁମାର, ଡି.ଜଗଦୀଶ ରାଓ, କେ.ହରିନାଥ, ଆର୍ନ୍ତଜାତୀୟ କ୍ରିଡାବିତ୍ ତଥା ୍ସ୍ୱର୍ଣ୍ଣ ବିଜେତା ଭି.ରମେଶ ରାଓ, ମନୋ ରଂଜନ ବେହେରା, ସୁଶାନ୍ତ କୁମାର ବେହେରା, ଅରୂପ କୁମାର ଦାସ, ଶ୍ୟାମ ସୁନ୍ଦର ଦୋରା, ଜି.ମନୋଜ କୁମାର ରେଡ୍ଡୀ, ନଳନୀକାନ୍ତ ନାୟକ, ରିଙ୍କୁ ଗୈାଡ, ରାଜି ସାହୁ, ସନ୍ତୋଷ ବେହେରା, ଦେବଦତ୍ତ ମାହାରଣାଙ୍କ ସମେତ ବହୁ ସାହିବାସିନ୍ଦା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ