ନନ୍ଦିପଦା ହାଇସ୍କୁଲରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ନନ୍ଦିପଦା ହାଇସ୍କୁଲରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ମଣ୍ଡଳ ସ୍ତରୀୟ କନିଷ୍ଠ ବିଭାଗର ସାଧାରଣ ଜ୍ଞାନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଦ୍ୟାଳୟର ୧୧୦ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଜୁନିୟର ବିଭାଗରେ ମଠ ଉପ୍ରା ବିଦ୍ୟାଳୟର ସୋମନାଥ ଜେନା ପ୍ରଥମ,କୁରାଢିଘସା ଉ.ପା ବିଦ୍ୟାଳୟର ନିହାର ରଞ୍ଜନ ବେହେରା ଦ୍ୱିତୀୟ, ଓ ଡଅଁର ଉ.ପ୍ରା ବିଦ୍ୟାଳୟର ସାଇସୁଦିପ୍ତ ଲେଙ୍କା ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ସବ ଜୁନିୟର ବର୍ଗରେ ଡଅଁର ଉ.ପ୍ରା ବିଦ୍ୟାଳୟର ପାର୍ଥସାରଥି ପହି, ସରମଙ୍ଗା ପ୍ରାଥମିକ ବିଦ୍ୟାଳୟର ମଧୁସ୍ମିତା ସେନାପତି, ବାଇଧର ନୋଡାଲ ଉ.ପ୍ରା ବିଦ୍ୟାଳୟର ଶୁଭ ଜ୍ୟୋତି ଜେନା ତୃତୀୟ ସ୍ଥାନ ହାସଲ କରିଥିଲେ। ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ସମାନୀତ ଅତିଥି ଭାବେ ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ବ୍ଲକ ସହ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ, ଓଷ୍ଟାର ସଭାପତି ଶିଶିର କୁମାର ବିଶ୍ଵାଳ, ସମ୍ପାଦକ ନବଘନ ନାୟକ, ଶିକ୍ଷାବିତ ପ୍ରଫୁଲ କୁମାର ଜେନା ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି, ମାନପତ୍ର ଓ ପଠନ ଉପକରଣ ପ୍ରଦାନ କରିଥିଲେ। ଶିକ୍ଷକ ଅନିରୁଦ୍ଧସେଠୀ, ନରେନ୍ଦ୍ର ପ୍ରସାଦ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପାଣ୍ଡବ ସାହୁ, ଦେବାଶିଷ ବେହେରା, ସମିଷ୍ଠା ମହାନ୍ତି, ସୌମ୍ୟାପ୍ରୀୟା ସ୍ୱାଇଁ, ମୋନାଲିସା ଜେନା, ଶଶିକାନ୍ତ ଜେନା, ଜଗବନ୍ଧୁ ପଲେଇ, ସିଆରସିସି ଆଲୋକ କୁମାର ନାଥ, କେଶବ ଚ଼ନ୍ଦ୍ର କର, ବିନୟ କୁମାର ଜେନା, ଗଦାଧର ଜେନା, କୃଷ୍ଣଚ଼ନ୍ଦ୍ର ନାହାକ, ଲକ୍ଷ୍ମଣମାଝୀ, ଦେବାଶିଷ ବାରିକ, ବିଜୟ ସା, ସୁଶାନ୍ତ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।