ନନ୍ଦ ଘର ଅଭିଯାନରେ ମନୋଜ ବାଜପେୟୀ ସାମିଲ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତରେ ୧୪ ଲକ୍ଷ ଅଙ୍ଗନବାଡ଼ିକୁ ରୂପାନ୍ତରୀତ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ନନ୍ଦ ଘର ଅଭିଯାନ ପକ୍ଷରୁ ବଲିଉଡ୍ ଅଭିନେତା ମନୋଜ ବାଜପେୟୀଙ୍କ ସହ ଏକ ଜାତୀୟ ସ୍ତରୀୟ ଅଭିଯାନ “ଅଗର ପଚବନ ସେ ପୁଛା ଖାନା ଖାୟା, ତୋ ଦେଶ କା କଲ୍ ବନାୟା”ର ଶୁଭାରମ୍ଭ କରାଯାଇଛି । ଶିଶୁମାନଙ୍କ ଲାଗି ସାମଗ୍ରିକ ସ୍ୱାସ୍ଥ୍ୟ ସେବା, ଗୁଣାତ୍ମକ ପୋଷଣ ଓ ଶ୍ରେଷ୍ଠ ମାନର ପ୍ରାକ୍ ବିଦ୍ୟାଳୟ ଶିକ୍ଷାକୁ ସୁନିଶ୍ଚିତ କରି ଭାରତର ଭବିଷ୍ୟତ ପିଢ଼ିକୁ ସମୃଦ୍ଧ କରିବାକୁ ଏହି ଅଭିଯାନ ଅଧୀନରେ ଲକ୍ଷ୍ୟ ରଖାଯାଇଛି ।ଏହି ଅଭିଯାନ ପାଇଁ ମନୋଜ ବାଜପେୟୀଙ୍କୁ ସ୍ୱାଗତ କରି ବେଦାନ୍ତର ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲ୍ କହିଛନ୍ତି ଯେ, “ନନ୍ଦ ଘର ପ୍ରକଳ୍ପ ହେଉଛି ଏକ ଜାତୀୟ ଆନ୍ଦୋଳନ ଯାହା ଶିଶୁ ଓ ମହିଳାଙ୍କ ସାମଗ୍ରିକ କଲ୍ୟାଣକୁ ସମର୍ଥନ କରୁଛି ଏବଂ ସ୍ୱାସ୍ଥ୍ୟ ଏବଂ ପୋଷଣ ଉପରେ ଧ୍ୟାନ ଦେଉଛି । ବଢୁଥିବା ଆନ୍ଦୋଳନକୁ ମନୋଜ ବାଜପେୟୀ ଏହି ସମର୍ଥନ କରିଥିବାରୁ ଆମେ ଆନନ୍ଦିତ । ତାଙ୍କ ବ୍ୟକ୍ତିଗତ ଜୀବନ କାହାଣୀ ନନ୍ଦ ଘରର ଭବିଷ୍ୟତ ପିଢ଼ି ଜୀବନକୁ ପୋଷଣ ଓ ପରିବର୍ତନ କରିବାର ଉଦ୍ଦେଶ୍ୟ ସହିତ ଗଭୀର ଭାବରେ ପ୍ରତିଫଳିତ ହୋଇଛି ।’’ଏହି ଅଭିଯାନର ଶୁଭାରମ୍ଭ ଅବସରରେ ନିଜ ଜୀବନ କାହାଣୀ ବିଷୟରେ ବର୍ଣ୍ଣନା କରି ମନୋଜ ବାଜପେୟୀ ଅଭିନୟ ପାଇଁ ସଂଘର୍ଷ କରୁଥିବା ସମୟକୁ ମନେ ପକାଇଥିଲେ । ଜଣେ ଯୁବ ଅଭିନେତା ଭାବେ ଅଭିନୟ କରିବାର ସ୍ୱପ୍ନକୁ ସାକାର କରିବା ଲାଗି ଉଦ୍ୟମ କରୁଥିବା ବେଳେ ସାଙ୍ଗସାଥୀମାନଙ୍କଠାରୁ ତାଙ୍କୁ ନିୟମିତ ପୁଷ୍ଟିକର ଆହାର ମିଳୁଥିଲା ବୋଲି ସେ କହିଛନ୍ତି । ନନ୍ଦ ଘର ୱେବସାଇଟ୍‌କୁ ପରିଦର୍ଶନ କରି ସହଯୋଗ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।ମନୋଜ ବାଜପେୟୀ କହିଛନ୍ତି ଯେ, “ଭୋକ ଉପାସରେ ଜୀବନ ବିତାଉଥିବା ବ୍ୟକ୍ତି ହିସାବରେ ମୁଁ ବୁଝିପାରୁଛି ଯେ ଏହା ଶାରୀରିକ, ମାନସିକ ଓ ଭାବନାତ୍ମକ ସୁସ୍ଥତା ଉପରେ କେତେ ଗଭୀର ପ୍ରଭାବ ପକାଇପାରେ । ସେଥିପାଇଁ ନନ୍ଦ ଘର ଭଳି ପଦକ୍ଷେପ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହା କେବଳ ପିଲାମାନଙ୍କୁ ଉପଯୁକ୍ତ ପୋଷଣ ପ୍ରଦାନ କରେ ନାହିଁ ବରଂ ଆଶା, ସୁଯୋଗ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକ ସୁଯୋଗ ମଧ୍ୟ ଆଣିଥାଏ । ଆସନ୍ତୁ ସମସ୍ତେ ନନ୍ଦଘର ଅଭିଯାନ ସହ ହାତ ମିଳାଇ ପିଲାମାନଙ୍କ ସାମର୍ଥ୍ୟକୁ ପୋଷଣ କରିବା ଏବଂ ମିଳିତ ଭାବେ ଏକ ଉଜ୍ଜ୍ୱଳ ଭାରତ ପାଇଁ ପ୍ରସ୍ତୁତ ହେବା ।’’ଏହି ଅଭିଯାନକୁ ମାକ୍‌କ୍ୟାନ୍ ଦ୍ୱାରା ପରିକଳ୍ପନା କରାଯାଇଥିବା ବେଳେ ଏହାର ସିଇଓ ଓ ମ୍ୟାକ୍କ୍ୟାନ୍ ୱାର୍ଲଡ୍ ଗ୍ରୁପ୍ ଇଣ୍ଡିଆର ସିସିଓ ଓ ଏସିଆ ପାସିଫିକ୍‌ର ଅଧ୍ୟକ୍ଷ ପ୍ରସୁନ ଯୋଶୀ କହିଛନ୍ତି ଯେ, “ଯଦି ଆମେ ଆମ ପିଲାମାନଙ୍କୁ ସେମାନଙ୍କର ପ୍ରକୃତ ସାମର୍ଥ୍ୟକୁ ଅନୁଭବ କରିବାର ପ୍ରକୃତ ସୁଯୋଗ ଦେବାକୁ ଚାହୁଁଛୁ ତେବେ ଭଲ ଭାବରେ ପୋଷଣ ଜରୁରୀଫ ଏହାକୁ ଲୋକଲୋଚନକୁ ଆଣିବା ପାଇଁ ଭାରତର କିଛି ପ୍ରସିଦ୍ଧ ଲୋକଙ୍କୁ ସାମ୍ନାକୁ ଆଣିବାଠାରୁ ଭଲ ଉପାୟ ଆଉ କ’ଣ ହୋଇପାରେ ଯେଉଁମାନେ ସେମାନଙ୍କ ଯାତ୍ରାରେ ଏହି ବାଧାର ସମ୍ମୁଖୀନ ହୋଇଛନ୍ତି ।’’ନନ୍ଦ ଘର ହେଉଛି ଅନୀଲ ଅଗ୍ରୱାଲ ଫାଉଣ୍ଡେସନ (ଏଏଏଫ)ର ପ୍ରମୁଖ ପ୍ରକଳ୍ପ ଏବଂ କୌଣସି ପିଲା ଯେପରି ଭୋକିଲା ଶୋଇବେ ନାହିଁ ତାହା ସୁନିଶ୍ଚିତ କରିବା ଦିଗରେ ଏହା କାର୍ଯ୍ୟ କରୁଛି । ତାହା ହେଉଛି ଏହାର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ସ୍ୱପ୍ନ । ନନ୍ଦ ଘର ପାଇଁ ଏକ ମାଇଲଖୁଂଟ୍ ମୁହୂର୍ତରେ ଆମେ ଭାରତର ୧୪ଟି ରାଜ୍ୟର ନନ୍ଦଘରରେ ପ୍ରାକ୍‌-ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି କରିବା ସହିତ ପୁଷ୍ଟିହୀନତା ସ୍ତର ହ୍ରାସ କରିବାରେ ସଫଳ ହୋଇଛୁ । ଗତବର୍ଷ ଏଏଏଫ୍ ମଧ୍ୟ ମଲ୍ଟି ମିଲେଟ୍ ନ୍ୟୁଟ୍ରି ବାର୍ ଆରମ୍ଭ କରିଥିଲା ଯାହା ବର୍ତମାନ ବାରଣାସୀର ୧୩୬୪ଟି ଅଙ୍ଗନବାଡ଼ିରେ ୩-୬ ବର୍ଷ ମଧ୍ୟରେ ଦୈନିକ ୫୦,୦୦୦ ପିଲାଙ୍କୁ ବଂଟନ କରାଯାଉଛି । ପ୍ରୋଟିନ, ଫାଇବର ଏବଂ ଆଂଟିଅକ୍ସିଡାଂଟ୍‌ରେ ଭରପୂର ଏହି ବାର୍ କେବଳ ପିଲାଙ୍କ ଦୈନନ୍ଦିନ ପୋଷକ ତତ୍ୱ ଗ୍ରହଣରେ ଉନ୍ନତି ଆଣୁଥିବା ବେଳେ ଉପସ୍ଥାନରେ ଉନ୍ନତି ଆଣୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ