ନପଙ୍ଗ ପଞ୍ଚାୟତ କୁ ୬ଦିନ ସଟଡାଉନ କଲେ ସରପଞ୍ଚ
ଟାଙ୍ଗୀ\ଚୌଦ୍ୱାର, (ଦୀପକ୍ କୁମାର ବେଉରା):ନପଙ୍ଗ ପଂଚାୟତ ରେ ଆସି କିଛିଦିନ ରହିଥିବା ଜଣେ ଯୁବକ କରୋନା ପଜିଟିଭ ଚିହ୍ନଟ ହେବାପରେ ଟାଙ୍ଗିଚୌଦ୍ୱାର ବ୍ଲକ ନପଙ୍ଗ ପଞ୍ଚାୟତ କୁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ । ୩୦.୭.୨୦ଗୁରୁବାର ସନ୍ଧ୍ୟା ୬ଟା ଠାରୁ ୪.୮.୨୦ମଙ୍ଗଳବାର ସନ୍ଧ୍ୟା ଛଅ ଘଟିକା ପର୍ଯ୍ୟନ୍ତ ଏହି ସଟଡାଉନ ଜାରି ରହିବ ବୋଲି ସରପଞ୍ଚ ସନାତନ ସ୍ୱାଇଁ ନୋଟିସ ଜାରି କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ପଂଚାୟତର ସାନ କେଶରପୁର ଗ୍ରାମକୁ ଗତ କିଛିଦିନ ତଳେ ଚଣ୍ଡିଖୋଲ ର ଜଣେ ଯୁବକ ଯେକି ପୋଲିସ ରେ କାର୍ଯ୍ୟ କରନ୍ତି ନିଜ ଶ୍ୱଶୁର ଘରକୁ ଆସି ରହିଥିଲେ ।ପରେ ଯୁବକ ଜଣକ ଭୁବନେଶ୍ୱର ରେ ସ୍ୱାବ ପରୀକ୍ଷା କରାଇଥିଲେ । ସେଠାରେ ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜେ ନପଙ୍ଗ ସରପଞ୍ଚ ଙ୍କୁ ଫୋନ ଯୋଗେ ଏହି ସୂଚନା ଦେଇଥିଲେ ।ଯୁବକ ଜଣକ ସାନ କେଶର ପୁର ଗ୍ରାମରେ କିଛିଦିନ ରହିବା ସହିତ ଲୋକଙ୍କ ସହ ମିଳାମିଶା କରିଥିଲେ ।ତେଣୁ ସରପଞ୍ଚ ପ୍ରତିଷେଧକ ବ୍ୟବସ୍ତା ସ୍ୱରୂପ ପଞ୍ଚାୟତକୁ ସଟଡାଉନ କରିଛନ୍ତି ।ଏହି ସମୟ ମଧ୍ୟରେ ପଲଶା ଓ ବଡ଼କେଶରପୁର ମୌଜା ରେ ଥିବା ସମସ୍ତ ଜଳଖିଆ ଦୋକାନ, ହୋଟେଲ , ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିବ ବୋଲି ନୋଟିସ ରେ ନିର୍ଦେଶ ରହିଛି ।


