ନବକିଶୋରଙ୍କୁ ସହାୟତାର ହାତ ବଢାଇଲା ପ୍ରଶାସନ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ଭଦ୍ରକ ଜିଲା ବନ୍ତ ବ୍ଲକ ପଧାନପଡା ଗ୍ରାମର ନରେନ୍ଦ୍ର ସାମଲଙ୍କ ପୁଅ ନବକିଶୋର(୧୬) ଗତ ୧ ବର୍ଷ ତଳେ ଗଛରୁ ପଡିଯିବା ଫଳରେ ତାଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ପରିବାରଲୋକେ ତାଙ୍କୁ କଟକ ବଡ ଡାକ୍ତରଖାନା ଓ ପରେ ଭୁବନେଶ୍ୱରସ୍ଥିତ ଏମ୍ସ ହସପିଟାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ । ମାତ୍ର ସେଠାରେ ଅତ୍ୟଧିକ ଅର୍ଥର ଆବଶ୍ୟକତା ପଡିବାରୁ ତାଙ୍କୁ ଘରକୁ ନେଇଆସିଥିଲେ । ଏବେ ସେ ଘରେ ଅସହାୟ ଅବସ୍ଥାରେ ପଡି ରହିଛନ୍ତି । ବାପା ଜଣେ ଦିନ ମଜୁରିଆ ହୋଇଥିବାରୁ ତାଙ୍କର ଚିକିତ୍ସା କରାଇବାକୁ ସକ୍ଷମ ହୋଇପାରୁନାହାନ୍ତି । ଏପରିପେକ୍ଷୀରେ ଜିଲା ରେଡ୍ କ୍ରସ ପାଣ୍ଠିରୁ ତାଙ୍କୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି । ବ୍ଲକ ସାମାଜିକ ସୁରକ୍ଷା ବିଭାଗର ଅଧିକାରୀ ନିଶାକର ଖୁଣ୍ଟିଆ ଓ ପବ୍ଲିକ ଆକ୍ସନ ଗ୍ରୁପର ସଭ୍ୟ ସେକ୍ ବଣ୍ଟି ତାଙ୍କ ଘରକୁ ଯାଇ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ