ନବନବ ବଧୂଙ୍କ ସନ୍ଧେହ ଜନଙ୍କ ମୃତ୍ୟୁ, ସ୍ୱାମୀ ଅଟକ ଝିଅ ର ମା ଆଣିଲେ ହତ୍ୟା ଅଭିଯୋଗ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ପାଟପୁର ଗ୍ରାମ ପଞ୍ଚାୟତ ଲଛବିଲ ସାହିରେ ଶୁକ୍ରବାର ଜଣେ ନବ ବିବାହିତା ମହିଳାଙ୍କ ସନ୍ଦେହ ଜନଙ୍କ ମୃତ୍ୟୁ ହୋଇଥିବା ଜଣାଡିଛି। ମହିଳା ଜଣକ ହେଲେ ପାଟପୁର ଲଛବିଲ ସାହିର ମାମାନୀ ସ୍ୱାଇଁ (୨୦) l ମାମାନୀ ସ୍ୱାଇଁ ଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁ ମାରିଦେଇଥିବା ମାମାନୀ ଙ୍କ ମା କବିତା ସ୍ୱାଇଁ ଶୁକ୍ରବାର ପାଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ କୁ ଭିତ୍ତି କରି ପାଟପୁର ପୋଲିସ ୩୮୮/୨୨ ରେ ଏକ ମାମଲା ରୁଜୁ କରି ମାମାନୀ ଙ୍କ ସ୍ୱାମୀ ଙ୍କୁ ଅଟକ ରଖିଥିବା ଜଣାପଡିଛି l ସୂଚନା ପ୍ରକାରେ ୪ ମାସ ପୂର୍ବେ ହିଞ୍ଜିଳି ଥାନା କଇଠବେଡା ଗ୍ରାମର ସ୍ବର୍ଗତ ବଳରାମ ସ୍ୱାଇଁ ଙ୍କ ଝିଅ ମାମାନୀ ସ୍ୱାଇଁ ଙ୍କୁ ପାଟପୁର ଲଛବିଲ ସାହିର ଅନନ୍ତ ସ୍ୱାଇଁ ଙ୍କ ପୁଅ ବିନୋଦ ସ୍ୱାଇଁ ବିବାହ କରିଥିଲେ l ବାହାଘର ର କିଛି ଦିନ ପରେ ମାମାନୀ ଙ୍କୁ ତାଙ୍କ ସ୍ୱାମୀ ନିର୍ଯାତନା ଦେବା ସହ ଝଗଡା କରି ଆସୁଥିଲେ l ଗୁରୁବାର ରାତ୍ର ମାମାନୀ ଙ୍କ ମୃତ ହୋଇଥିବା ମା କବିତା ଖବର ପାଇ ଶୁକ୍ରବାର ରାତ୍ର ଝିଅ ର ଶାଶୁ ଘର ଗ୍ରାମ ପାଟପୁର ରେ ପହଞ୍ଚି ଝିଅ ର ମୃତ ହୋଇଥିବା ଦେଖି ପାଟପୁର ଥାନାରେ ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ l ମୃତୁ ର ଦୀର୍ଘ ୨୦ ଘଣ୍ଟା ପରେ ଅଭିଯୋଗ କୁ ଭିତ୍ତି କରି ପାଟପୁର ଥାନା ଏସଆଇ ଟୁନା ପୀଡ଼ିକା, ମିଲନ ପ୍ରଧାନ, ସାନ୍ତୁନୁ କୁମାର ଦିଗଲ ସହ ଛତ୍ରପୁର ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଥିବା ପାଟପୁର ପୋଲିସ ପକ୍ଷରୁ ସୂଚନା ମିଳିଛି l ଶବ ବ୍ୟବଛେଦ ରିପୋଟ ଆସିଲା ପରେ ମୃତ ର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି l