ନବନିର୍ବାଚିତ କାଉନସିଲରଙ୍କ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ
ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ଏନଏସିର ୯ ନମ୍ବର ୱାର୍ଡ ନୂଆ ସାହିରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ପରିଦର୍ଶନ କରିଛନ୍ତି ୯ ନଂ ୱାର୍ଡର ନବନିର୍ବାଚିତ କାଉନସିଲର ପ୍ରିତିଛନ୍ଦା ସାମଲ । ଅଙ୍ଗନବାଡି କେନ୍ଦ୍ର ରେ ପିଲାଙ୍କ ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ରହିଛି କି ନାହିଁ ତାହା ପଚାରି ବୁଝିବା ସହ ପିଲାଙ୍କ ପାଠପଢା ଓ ଖାଦ୍ୟପେୟର କିପରି ବ୍ୟବସ୍ଥା କରାଯାଇଛି ତାହା ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ପଚାରି ବୁଝିଛନ୍ତି । ଉକ୍ତ ଅଙ୍ଗନବାଡି କେନ୍ଦ୍ର ର ନିଜସ୍ୱ କୋଠା ନଥିବାରୁ ଅନ୍ୟ ଏକ ଗୃହରେ ପିଲାମାନେ ପାଠ ପଢୁଛନ୍ତି । ଏନେଇ ସିଡିପିଓଙ୍କୁ ଅବଗତ କରିବା ସହ ତୁରନ୍ତ ଜାଗା ଚିହ୍ନଟ କରି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ପରେ ସିଡିପିଓଙ୍କୁ ଭେଟି ଏନେଇ ଆଲୋଚନା କରିଥିଲେ ।