ନବନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟଙ୍କ କୃତଜ୍ଞତା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ସରୋଜିନୀ ନାୟକ ଓ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିବା ସରୋଜ ରଞ୍ଜନ ଜେନା(ବୁବୁ) କଂସାର ପଞ୍ଚାୟତବାସୀ ଭାଇଭଉଣୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ନାୟକ ୬୬୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ନବ ନିର୍ବାଚିତ ସମିତିସଭ୍ୟ ଶ୍ରୀ ଜେନା ୫୬୨ ଭୋଟ ବ୍ୟବବଧାନରେ ବିଜୟୀ ହୋଇଛନ୍ତି ।


