ନବବଧୂର ସିନ୍ଦୁର ଲିଭାଇଦେଲା ବଜ୍ରଘାତ
କେନ୍ଦୁଝର ଜିଲ୍ଲାରେ ଅଭାବନୀୟ ଘଟଣା । ଭୋଜି ପାଇଁ ଚାଲିଥିଲା ଜୋରଦାର ପ୍ରସ୍ତୁତି । ସମସ୍ତେ ହସ ଖୁସିରେ ପରିବାର ବନ୍ଧୁ ବାନ୍ଧବ ଙ୍କ ସହ ମଜାମଜଲିସ କରୁଥିଲେ । ପରିବାର ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିଲା । ହରିଚନ୍ଦନପୁର ଥାନା ଟାଙ୍ଗିଆପାଳ କୋଠାଘାଟି ସାହିରେ ଚତୁର୍ଥ ଭୋଜି ଆୟୋଜନ ଚାଲିଥିଲା ଯୁବକ ଜିତେନ୍ଦ୍ର ମୁର୍ମୁଙ୍କର କିନ୍ତୁ ଏହି ସମୟରେ ହଠାତ ବଜ୍ରପାତ ଆରମ୍ଭ ହୋଇô୍ଥିଲା । ବଜ୍ରପାତରେ ବର ଜିତେନ୍ଦ୍ର ଙ୍କ ସମେତ ୫ ଜଣ ଗୁରୁତର ଆହାତ ହୋଇଥିଲେ । ସମସ୍ତ ଆହାତ ମାନଙ୍କୁ କେଶଦୁରାପାଳ ମେଡିକାଳରେ ଭର୍ତ୍ତିକରାଯାଇଥିଲା । ବର ଜିତେନ୍ଦ୍ରଙ୍କ ଅବସ୍ଥା ସଂକଟା ପନ୍ନ ଥିବାରୁ ଆନନ୍ଦପୁର ଡାକ୍ତରଖାନାରେ ଭ୍ତ୍ତ;ିକରାଯାଇଥିଲା ।କିନ୍ତୁ ଡାକ୍ରର ସେଠାରେ ମୃତ ଘୋଷଣା କରିଥିଲେ । ସେହିପରି ଘଷିପୁରା ବାଟ ସାହିରେ ସଂନ୍ଧ୍ୟାରେ ପୋଖରୀରୁ ଗାଧୋଇ ଘରକୁ ଫେରୁଥିବା ବେଳେ ବଜ୍ରଘାତ ଘଟି ଆହାତ ହୋଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତିକରାଯାଇଛି ।