ନବବର୍ଷ ୨୦୨୧ ନିମନ୍ତେ ନେତାଙ୍କ ବାସଭବନରେ କର୍ମୀମାନଙ୍କ ଭିଡ
ଜଗତସିଂହପୁର, (ଅନସୂୟା ରାଉତ): ଆଜି ସାରାଦେଶରେ ଇଂରାଜୀ ନବବର୍ଷ ପାଳନ କରାଯାଇଛି। ଜଗତସିଂହପୁର ଜିଲ୍ଲାର ମାନ୍ଯବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସାନ ବଜାର ସ୍ଥିତ ବାସଭବନରେ କର୍ମୀ ମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଏପରି ଭିଡ ଆଗରୁ କେବେ ଦେଖିବାକୁ ମିଳି ନଥିଲା। ସକାଳ ୮ଟା ରୁ ସନ୍ଧ୍ୟା ପର୍ଯ୍ୟନ୍ତ ସାନସ୍ଥିତ ବାସ ଭବନର ରାସ୍ତା ଭିଡ ରହିଥିବା ସୂଚନା ମିଳିଛି। ସଭିଙ୍କ ହାତରେ ଫୁଲ ତୋଡା ଓ ମୁହଁରେ ମାକ୍ସ ଥିଲା। ସେଠାରେ ଏକ କୌତୁହଳ କଥା ଥିଲା ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ଶୁଭେଚ୍ଛା ଜଣାଇବାକୁ ଆସୁଥିବା କର୍ମୀ ମାନଙ୍କୁ ଚିହ୍ନି ତାଙ୍କୁ ବିଭିନ୍ନ ସମ୍ବୋଧନ କରି ସ୍ବତନ୍ତ୍ର ସ୍ବାଗତ କରୁଥିଲେ। କର୍ମୀମାନେ ମାକ୍ସ ପିନ୍ଧିଥିଲେ ମଧ୍ୟ ବିଧାୟକଙ୍କ ଲୋକ ଚିହ୍ନଟ କରିବାରେ କୌଣସି ଅସୁବିଧା ହେଉ ନ ଥିଲା। ପ୍ରକାଶ ଥାଉକି ଶ୍ରୀଯୁକ୍ତ ମୁଦୁଲି ନିଜ ନିର୍ବାଚନ ମଣ୍ଡଳୀ ଛାଡି ମାତ୍ର ବର୍ଷେ ହେବ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇ ଛନ୍ତି। କିନ୍ତୁ ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ଜଗତସିଂହପୁର କର୍ମୀ ମାନଙ୍କ ସହିତ ଏପରି ପରିଚିତ ଯେ ସେ ଯେପରି ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ଗୋଟିଏ ଯୁଗର ବାସିନ୍ଦା ଅଟନ୍ତି। ଆଜି ଦିନରେ ଜଗତସିଂହପୁର ଜିଲ୍ଲାର ଦୋକାନ ବଜାର ବିଭିନ୍ନ ଛକରେ ଏହି କଥାଟି ଚର୍ଚ୍ଚାର ବିଷୟ ହୋଇଛି।


