ନବମାତୃକା ପୂଜା-୨୦୨୩ ମହାସମାରୋହ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପବିତ୍ର ନବରାତ୍ରର ପ୍ରତିପଦ ଦିବସରେ ଭୁବନେଶ୍ୱର ସ୍ଥିତ “ଆର୍ଯ୍ୟସମାଜ” ପରିସରରେ ନବମାତୃକା ପୂଜା ଅଭ୍ୟର୍ଥନା କମିଟି, ଯୁଗଶ୍ରୀ ଯୁଗନାରୀ ମାସିକ ମହିଳା ପତ୍ରିକା ଓ ବାଲେଶ୍ୱରୀ କଳାକେନ୍ଦ୍ରର ମିଳିତ ଉଦ୍ୟମ ତଥା ସହିଦନଗରସ୍ଥିତ ଆର୍ଯ୍ୟସମାଜର ସହଯୋଗରେ ଡଃ ଶକୁନ୍ତଳା ବଳିୟାରସିଂହଙ୍କର ସଭାପତତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ‘ଯୁଗଶ୍ରୀ ଯୁଗନାରୀ’ର ସମ୍ପାଦିକା ଶ୍ରୀମତୀ ମମତା ମହାପାତ୍ର ଅଭିନନ୍ଦିତ ମା’ମାନଙ୍କର ସମ୍ୟକ ପରିଚୟ ପ୍ରଦାନ କରିଥିଲେ ଓ ପ୍ରଫେସର ଡ. ସଂଘମିତ୍ରା ମିଶ୍ର ନବମାତୃକା ପୂଜାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରି କହିଥିଲେ ଯେ ସମାଜରେ ମହିୟସୀ ମହିଳା, ଯେଉଁମାନେ ସ୍ୱକୀୟ ଗୁଣରେ କୀର୍ତ୍ତିମୟୀ, ସେମାନଙ୍କୁ ନବମାତୃକା କମିଟି ପକ୍ଷରୁ କୃତଜ୍ଞତା ଜ୍ଞାପନ ପୂର୍ବକ ସମ୍ମାନ ଜଣାଇବାର ଏହା ଏକ ସମୁଚ୍ଚିତ ପଦକ୍ଷେପ । ଏହି ପରମ୍ପରା ଯୁବଗୋଷ୍ଠୀଙ୍କ ମାନସପଟରେ ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିବ ବୋଲି ଉପସ୍ଥିତ ଥିବା ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ ।ଉକ୍ତ ନବମାତୃକା ପୂଜା ଅବସରରେ ପ୍ରଣମ୍ୟ ମାତୃମଣ୍ଡଳୀ ଯଥା -(୧) ଡ. ସ୍ନେହଲତା ପଟ୍ଟନାୟକ, ଗବେଷିକା ମା’(୨) ଶ୍ରୀମତୀ ସୁପ୍ରଭା ରାୟ, ସଂପାଦିକା ଓ ଅନୁବାଦିକା ମା’(୩) ଶ୍ରୀମତୀ ବାସନ୍ତୀ ମହାପାତ୍ର, ସୁଗୃହିଣୀ ମା’(୪) ଡାକ୍ତର ମୀରା ପତି, ଚିକିତ୍ସିକା ମା’(୫)ବୀଣାପାଣି ସାହୁ, ଇଞ୍ଜିନିୟର ମା’(୬) ଶ୍ରୀମତୀ ଆରତି ମହାନ୍ତି, ଲେଖିକା ମା’(୭) ବିଦ୍ୟୁତ୍ କୁମାରୀ ଲାଲା ସମାଜସେବୀ ମା’ (୮) କୁସୁମ ମିଶ୍ର, ପ୍ରେରଣାଦାୟିନୀ କୃଷି ମା’ (୯) ଶ୍ରୀମତୀ ପାଂଚାଳି ସାମଲ, ତତ୍ୱାବଧାରିକା ମା’ମାନଙ୍କ ପଦଧୌତ ଓ ବନ୍ଦନା କରି ପୂଜାର୍ଚ୍ଚନା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ସର୍ବଶ୍ରୀ ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର, ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ, ଶ୍ରୀମତୀ ବନଜ ଦେବୀ, କର୍ଣ୍ଣେଲ ଶରତ କୁମାର ମହାପାତ୍ର, ବୈଜ୍ଞାନିକ ଡଃ ସୁଜୟ କୁମାର ସିଂହ, ଶ୍ରୀମତୀ ଇନ୍ଦିରା ଦାଶ, ଶ୍ରୀଯୁକ୍ତ ପୀତବାସ ରାଉତରାୟ, ଶ୍ରୀମତୀ କୁସୁମ ପଟେଲ ପ୍ରମୁଖ ମା’ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆର୍ଯ୍ୟ ସମାଜର ସମ୍ପାଦକ ବିକାଶ ପଣ୍ଡା, ଶ୍ରୀଯୁକ୍ତ ଚିତ୍ତରଞ୍ଜନ ବର୍ମା, ଶ୍ରୀମତୀ ବିଜୟିନୀ ସିଂହଦେଓ, ଶ୍ରୀମତୀ ଆଶାଲତା ଦାସ, ଡ଼ଃ ମିନାକ୍ଷୀ ପଣ୍ଡା, ଶ୍ରୀମତୀ କାନନବାଳା ପଟ୍ଟନାୟକ, ସୁଶ୍ରୀ ଗୀତାଞ୍ଜଳି ସିଂହ, ଶ୍ରୀମତୀ ରୁମ୍ଝୁମ୍ ନାୟକ, ପ୍ରଫେସର ବିଷ୍ଣୁପ୍ରିୟା ଓତା, ଶ୍ରୀମତୀ ମିନତୀ ଦାଶ (ମାନି), ଶ୍ରୀମତୀ ସୁଷମା ଲେଙ୍କା, ଶ୍ରୀମତୀ ଆରଧନା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶ୍ରୀମତୀ ଲିତା ଦାସ ଓ ଶ୍ରୀମତୀ କାନନବାଳା ମହାନ୍ତି ଆର୍ଯ୍ୟବର୍ତ୍ତ ଭାରତବର୍ଷରେ ବୈଦିକ ସଂସ୍କୃତି ସମନ୍ଧରେ ସୂଚନା ଦେବା ସଙ୍ଗେ ସଙ୍ଗେ ଯଜ୍ଞାନୁଷ୍ଠାନ କରିଥିଲେ । ଶିଳ୍ପୀ କେଶୁ ଦାସ ଓ ଧର୍ମପତ୍ନୀ କନକ ଦାସ ବରଣ ପୂର୍ବକ ଯଜ୍ଞାହୂତି ଦେଇଥିଲେ । ଏହି ନବମାତୃକା ପୂଜାରେ ସର୍ବଶ୍ରୀ ଶୁଭଙ୍କର ମହାପାତ୍ର, ଡଃ କାନନବାଳା ମହାନ୍ତି, ଡଃ ଆନନ୍ଦ ଚନ୍ଦ୍ର ପତି, ଗୀତରାଣି ପୁରୀ, ଡଃ ଅଶୋକ ପାଣିଗ୍ରାହୀ, ପ୍ରେମଲତା ପରିଡ଼ା, ଆଭା ଦାସ, ସୁଚେତା ରାଉତ, ମୀନାକ୍ଷି ରାଉତରାୟ, ମିହିର ପ୍ରଧାନ, ଲାବଣ୍ୟ ଶବର, ଅସିତ ମହାନ୍ତି, ଡା. ସୁଧିର କୁମାର ନନ୍ଦ, ଡ. ମଞ୍ଜୁଳିକା ନାୟକ, ଶରତ ବାରିକ, ଶତୃଘ୍ନ ଷଡ଼ଙ୍ଗୀ, ନିରଞ୍ଜନ ପଣ୍ଡା ପ୍ରମୁଖ ଶତାଧିକ ଗୁଣୀଜ୍ଞାନୀ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ସର୍ବଶେଷରେ ଶ୍ରୀଯୁକ୍ତ ପ୍ରଶାନ୍ତ ଦାସ ସହ ସମ୍ପାଦକ, ଆର୍ଯ୍ୟ ସମାଜ ଧନ୍ୟବାଦ ଅର୍ପଣ କରିଥିଲେ ।