ମା ରାମଚଣ୍ଡୀ ଦେବୀଙ୍କ ବାଗଳାମୁଖୀ ବେଶ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା ରାମଚଣ୍ଡୀ ହେଉଛନ୍ତି ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ଅନ୍ୟତମ। ମା ରାମଚଣ୍ଡୀଙ୍କର କୃପା ଓ ଆଶିଷ ପ୍ରାପ୍ତ କଲେ ପରିବାର ଓ ଜଗତର ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି କିମ୍ବଦନ୍ତୀ ଅନୁଯାୟୀ ଜଣାଯାଏ। ମା ରାମଚଣ୍ଡୀ କୋଣାର୍କର ଆରାଧ୍ୟା ଦେବୀ। ଶାରଦୀୟ ନବରାତ୍ରୀ ଅବସରରେ ମା ଙ୍କ ବାଗଳାମୁଖୀ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ବେଶ ଦେଖିବାପାଇଁ ଆଖପାଖ ଅଞ୍ଚଳ ଓ ଦୂର ଦୂରାନ୍ତ ରୁ ଆସୁଥିବା ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ମା ଙ୍କ ପୀଠରେ ପରିଲକ୍ଷିତ ହୋଇଥିଲା। ଏହି ବେଶ ଦର୍ଶନ କଲେ କୋଟି ଜନ୍ମର ପାପ ନାଶ ହେବା ସହ କୋଟି ପୁଣ୍ୟର ଫଳ ମିଳିଥାଏ ବୋଲି କିମ୍ବଦନ୍ତୀରୁ ସୂଚନା ମିଳେ। ଆଜି ମାଙ୍କୁ ପୂଜକ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ସହ , ବିଭିନ୍ନ ପ୍ରକାର ଭୋଗ ମାଛ ପୋଡ଼ା କରାଯାଇ ଏହି ବେଶ ଧାର୍ମିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। ଏହି ବେଶ ଦର୍ଶନ କରି ଶତାଧିକ ଶ୍ରଦ୍ଧାଳୁଙ୍କ ମନରେ ଧାର୍ମିକତା ଭାବନା ଜାଗ୍ରତ ହୋଇଥିଲା। ଏହି ବେଶକୁ ମନ୍ଦିର ପୂଜକ ପ୍ରକାଶ ଚନ୍ଦ୍ର ପଣ୍ଡା ଓ ତାଙ୍କର ସହଯୋଗୀ ପୂଜା ପଣ୍ଡା ମାନେ ସୁସଜ୍ଜିତ କରୀ ପୂଜା ସମ୍ପାଦନ କରିଥିଲେ।


