ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ
କେନ୍ଦ୍ରପଡା: ଥମିବାର ନାଁ ଧରୁନି ଗଣଦୁଷ୍କର୍ମ । ପ୍ରତିଦିନ ଖବର କାଗଜରେ କେଉଁଠି ନା କେଉଁଠି ଗଣ ଦୁଷ୍କର୍ମ ହେଉଥିବାର ଖବର ନଜିର ରହିଥିବା ବେଳେ ସରକାରଙ୍କ ତରଫରୁ ଦୁଷ୍କର୍ମ କାରୀ ଅଭିଯୁକ୍ତ ମାନଙ୍କର ବିରୋଦ୍ଧରେ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ମଧ୍ୟ ଅଭିଯୁକ୍ତ ମାନଙ୍କର ଆଇନ ପ୍ରତି ଟିକିଏ ବି ଖାତିର ନଥିବା ମନେ ହେଉଛି ।କିଛି ଦିନର ବ୍ୟବଧାନ ପରେ କେନ୍ଦ୍ରପଡା ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ପୁଣୀ ଗଣଦୁଷ୍କର୍ମ ଘଟଣା ପ୍ରଚାର ପରେ ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । ମିଳିଥିବା ଖବର ଅନୁସାରେ ୬ ତାରିଖ ରାତିରେ ଝିଅଟି ବାହାରକୁ ଉଠିଥିବା ବେଳେ ଝିଅଟିକୁ ଛୁରୀ ଦେଖାଇ ଉଠାଇ ନେଇ ବଳପୂର୍ବକ ଗଣଦୁଷ୍କର୍ମ କରିଥିଲେ । ଏହା ପରେ ଝିଅଟିକୁ ଏକ କଡରେ ଫୋପାଡି ଦେଇଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି ପରେ ଗୁରୁତର ଅବସ୍ଥାରେ ଝିଅକୁ ପାଇଥିଲେ । ଏହି ଘଟଣା ପରେ ଗ୍ରାମର କିଛି ବ୍ୟକ୍ତି ଏହି ଘଟଣାକୁ ଝିଅଙ୍କ ପରିବାର ସହିତ ଆପୋଷ ସମାଧାନ କରିବା ନିମନ୍ତେ ପ୍ରୟାସ କରିଥିଲେ । କିନ୍ତୁ ପିଡିତାଙ୍କ ପରିବାର ଏଥିରେ ଆଦୈା ରାଜି ହୋଇନଥିବାରୁ ଯୁବକ ଜଣକ ଝିଅ ଙ୍କ ପରିବାରକୁୁ ଧମକ ଦେଇଥିବା ଝିଅ ପରିବାର ଲୋକ ଆଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ଥାନାରେ ପଚାରା ଉଚାରା କରୁଛି ।


