ନବରାତ୍ର ଉପଲକ୍ଷେ ଦାଣ୍ଡିଆ ନାଚରେ ଝୁମିଲେ ମହିଳା ଓ ପୁରୁଷ
ବ୍ରହ୍ମପୁର,(ୱାଇଏନଏସ):ବ୍ରହ୍ମପୁର ମହାନଗରରେ ନବରାତ୍ର ଉପଲକ୍ଷେ ବିଭିନ୍ନ ଅନୁଷ୍ଠାନ ତରଫରୁ ଦାଣ୍ଡିଆ ନାଚ ଅନୁଷ୍ଠିତ ହେଉଅଛି । ଏହି ଅବସରରେ ହୋଟେଲ୍ ମୋତି ପରିସରରେ ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ଦାଣ୍ଡିଆ ନାଚ ପରିବେଷଣ କରାଯାଇଥିଲା । ଏଠାରେ ସମସ୍ତ ବର୍ଗର ପୁରୁଷ ଓ ମହିଳା ସାମୁହିକ ଭାବେ ଦାଣ୍ଡିଆ ନୃତ୍ୟ ଆନନ୍ଦ ଉଲ୍ଲାସର ସହ କରିଥିଲେ। ସୁନ୍ଦର୍ ଭାବେ ନିଜକୁ ସଜ୍ଜିତ କରି ଦାଣ୍ଡିଆ ବାଡ଼ି ସାହାଯ୍ୟରେ ନୃତ୍ୟ କରିଥିଲେ । ଦଶହରା ଉପଲକ୍ଷେ ସମସ୍ତେ ପରସ୍ପରକୁ ଶୁଭେଚ୍ଛା ଓ ଶୁଭ କାମନା ଜଣାଇ ଥିଲେ ।ଅତିଥି ରୂପେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା , କର୍ପୋରେଟର ଡ ସୋନାଲି ଗନ୍ତାୟତ, ପ୍ରଭାତ ପାଢ଼ୀ ଓ ସାମ୍ୱାଦିକ ସୁଦିପ କୁମାର୍ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଶ୍ରଦ୍ଧାଞ୍ଜଳି ପାଢ଼ୀ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ସେହି ପରୀ ସ୍ପନ୍ଦନ ଅନୁଷ୍ଠାନ ତରଫରୁ ସଗୁନ ମଣ୍ଡପ ଠାରେ ସଜଦା ରାସ ନାମରେ ଦାଣ୍ଡିନୃତ୍ୟ ସସ୍ମିତା ସାହୁ ଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ବେଳେ ଲିଜମ ଡାନ୍ସ ଏକାଡେମୀ ତରଫରୁ ଆୟେଶା ପାତ୍ର ଙ୍କ ପରିଚାଳନାରେ ଲାଞ୍ଜିପଲି ରାଧିକା ସେଲୀବ୍ରେସନ୍ ଠାରେ ଅନୁରୂପ ଗର୍ବା ନାଇଟ ଅବସରରେ ଦାଣ୍ଡିଆ ନୃତ୍ୟ ପରିବେଷଣ କରାଯାଇଥିଲା । ଚଳଚିତ୍ର ତାରକା ମାନେ ମଧ୍ୟ ଯୋଗ ଦେଇଥିଲେ ।