ନବୀନଙ୍କୁ ପାଖରେ ପାଇ ଚାଷୀଙ୍କ ଆଖି ଛଳଛଳ
କଣାସ,(ପାହାନ୍ତ। ସିଂହ ଅଜଂଳୀ ସାହୁ): ପୁରୀ ଜିଲ୍ଲାଗସ୍ତରେ ଆସିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ସେମାନଙ୍କର ଦୁଃଖ ବୁଝିଥିଲେ ବିରୋଧିଦଳ ନେତା ନବୀନ ପଟ୍ଟନାୟକ। ଅଞ୍ଚଳର କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ। ସବୁଠାରୁ ବଡ଼କଥା ହେଲା ନବୀନଙ୍କର ସାମାନ୍ୟ ଝଲକ ପାଇବା ପାଇଁ ଲୋକଙ୍କ ମଧ୍ୟରେ ଥିଲା ନାହିଁ ନ ଥିବା ଉତ୍ସୁକତା। ସ୍ୱତଃସ୍ପୃତ ଭାବରେ ସେମାନେ ତାଙ୍କ ପାଖକୁ ଧାଇଁ ଆସିଥିଲେ। ସତ୍ୟବାଦୀ ଶୁକଳ ଠାରେ ଅସ୍ଥାୟୀ ହେଲିପ୍ୟାଡ଼ ପୁରା ଲୋକାରଣ୍ୟ ହୋଇଯାଇଥିଲା। କ୍ଷତିଗ୍ରସ୍ତ ଚାଷୀମାନଙ୍କର ଭରସା ଥିଲେ ନବୀନ ପଟ୍ଟନାୟକ। ତାଙ୍କୁ ଗୁହାରି କଲେ ସେମାନଙ୍କ ସମସ୍ୟାର ସମାଧାନ ହୋଇଯିବାର ବିଶ୍ୱାସ ଜଳ ଜଳ ଦିଶୁଥିଲା। ନବୀନଙ୍କୁ ଦେଖିବା ବେଳେ ଚାଷୀ, ମହିଳା ଅନେକଙ୍କ ଆଖିରୁ ଲୁହ ଝରି ଆସୁଥିଲା। ନବୀନଙ୍କ ପାଇଁ ଲୋକଙ୍କ ମନରେ ଥିବା ଆବେଗ ଆଜି ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳ ଗସ୍ତବେଳେ ସ୍ପଷ୍ଟ ଦେଖିବାକୁ ମିଳିଥିଲା।
ଅଦିନିଆ ବର୍ଷା ମାଡ଼ରେ ଭାଙ୍ଗି ଯାଇଛି ଚାଷୀଙ୍କ ମେରୁଦଣ୍ଡ। ବିଲରେ ଲୋଟୁଛି ଅମଳକ୍ଷମ ସୁନାର ଫସଲ କ୍ଷତି ସହିନପାରି ୧୨ ଦିନରେ ଯାଇଛି ୭ ଚାକ୍ଷୀଙ୍କ ଜୀବନ। କ୍ଷମତାରେ ଥିଲାବେଳେ ନିଜ ସରକାରକୁ ସାକ୍ଷୀମାନଙ୍କ ପାଇଁ ଉତ୍ସର୍ଗ କରିଥିବା ନବୀନ ଏହି ଅସମୟରେ ପହଞ୍ଚିଛନ୍ତି ଚାଷୀଙ୍କ କ୍ଷେତରେ। ପୁରୀ ଜିଲ୍ଲାର ସତ୍ୟବାଦୀ ଅଞ୍ଚଳ ବୁଲି ଦେଖିବା ସହ ଚାକ୍ଷୀମାନଙ୍କ ସହିତ ଆଲୋଚନା କରିଛନ୍ତି। କ୍ଷମତାରେ ଥାଏ ବା ନ ଥାଏ ଆପଣଙ୍କ ସହ ମୁଁ ସବୁଦିନ ଥିଲି, ଏବେ ବି ରହିଛି ଭବିଷ୍ୟତ ରେ ରହିବି ବୋଲି ସେମାନଙ୍କ କାନ୍ଧରେ ହାତ ରଖି ଆଶ୍ୱାସନା ଦେଇଛନ୍ତି ବିରୋଧ ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି ଅଦିନିଆ ଲଗାଣ ବର୍ଷା ଫଳରେ ପୁରୀ ଜିଲ୍ଲା ର ୧୧ ଗୋଟି ବ୍ଲକର ଚାଷୀକୁଳ ର ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏବଂ ବିଶେଷ କରି ଚାଷୀକୁଳର ଖରିଫ ଫସଲ ଉଜୁଡି ଯାଇଛି, ସାକ୍ଷୀଗୋପାଳ ବ୍ଲକର ଧାନ, ମୁଗ ବିରି, କୃଷ୍ଣ ପ୍ରସାଦ ବ୍ଲକ ଚିନାବାଦାମ, ଡେଲାଙ୍ଗ ଓ ପିପିଲି ବ୍ଲକ ର କୋବି ଫସଲ ସହିତ ରବି ଫସଲ ମଧ୍ୟ ବିଶେଷ କ୍ଷତି ଘଟିଛି। ଆଜି ବିରୋଧିଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସତ୍ୟବାଦୀ ଅଞ୍ଚଳ ବୁଲି ଦେଖି ଚାଷୀ ମାନଙ୍କର ସମସ୍ୟା ବୁଝିଲେ। ସରକାର ଖରିଫ ଏବଂ ରବି ଫସଲ କ୍ଷୟକ୍ଷତି ଆକଳନ କରି ଚାଷୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସାହାଯ୍ୟ ସହଯୋଗ ଯୋଗାଇଦେବା ପାଇଁ ଶ୍ରୀ ଦାସବର୍ମା ଦାବି କରିଛନ୍ତି।ସତ୍ୟବାଦୀ ଅଞ୍ଚଳର କ୍ଷେତିଗ୍ରସ୍ତ କ୍ଷେତରେ ନବୀନ ପହଞ୍ଚି ଥିବା ଖବର ପାଇ ଶହ ଶହ ଚାଷୀ ତାଙ୍କୁ ଭେଟି ଦୁଃଖ ବଖାଣିଛନ୍ତି। ସରକାରଙ୍କ ଅପାରଗତା କୁ କଟୁ ସମାଲୋଚନା କରିଛନ୍ତି। ନବୀନଙ୍କ ସରକାର ସମୟରେ କିପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅନାୟାସରେ ସହାୟତା ପାଉଥିଲେ ଓ ଏବେ କିପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ତାହାକୁ ବଖାଣିଛନ୍ତୀ। ପୂର୍ବ ସରକାର ଅମଳରେ କିପରି ଚାଷୀମାନଙ୍କ ସମସ୍ୟା ବୁଝାଯାଇ ବିହିତ ପଦକ୍ଷେପ ନିଆଯାଉଥିଲା ଆଉ ଏବେ କିପରି ଚାଷୀମାନଙ୍କୁ ହତାଦର କରାଯାଉଛି ତାହା ସେମାନେ ଜଣେ ଜଣେ କରି ନବୀନଙ୍କ ଆଗରେ ବଖାଣି ଥିଲେ। ରାଜ୍ୟ ସରକାର ଚାଷୀଙ୍କ ପ୍ରତି ସାମାନ୍ୟ ସମ୍ବଦନା ପ୍ରକାଶକରି ଉଚିତ ପଦେକ୍ଷପ ନେଇଥାନ୍ତେ ତାହାହେଲେ ଆଜି ହୁଏତ ସେମାନେ ଏତେ ବଡ଼ ଦୁର୍ଦ୍ଦଶା ଭୋଗିନଥାନ୍ତେ ବୋଲି ବାଷ୍ଣରୁଦ୍ଧ କଣ୍ଠରେ କହିବା ସହ ଅନେକ ଚାଷୀ କଇଁ କଇଁ ହୋଇ କାନ୍ଦିଛନ୍ତି। ବର୍ଷା ଓ ଏହାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ଆମକୁ କୈାଣସି ଆଗୁଆ ସୂଚନା ଦିଆଗଲା ନାହିଁ। ଆଗୁଆ ସୂଚନା ଦିଆଯାଇଥିଲେ ଆମ ଫସଲ ବଞ୍ଚି ଯାଇଥାନ୍ତା। ଏତେ ଦିନଧରି ବର୍ଷା ପାଣିରେ ସୁନାର ଫସଲ ଭିଜି ଭିଜି ନଷ୍ଟ ହେଲା ପରେ ସରକାରୀ ଅଧିକାରୀଙ୍କ ଦେଖା ମିଳୁ ନାହିଁ । ଫସଲ ବିମା ମିଳିବକି ନାହିଁ ସରକାରୀ କ୍ଷତିପୂରଣ ମିଳିବକି ନାହିଁ ତାହା ମଧ୍ୟ ସରକାର ସ୍ପଷ୍ଟ କରୁନାହାନ୍ତି ବୋଲି ନଷ୍ଟ ହୋଇଯାଇଥିବା ଫସଲକୁ ଦେଖାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଗରେ କୋହଭରା କଣ୍ଠରେ ଏହିପରି ସଂଘାତିକ ଅଭିଯୋଗ ଆଣିଛନ୍ତି ସତ୍ୟବାଦୀ ଅଞ୍ଚଳର ଚାଷୀ। ଏହା ସହିତ ସେମାନଙ୍କୁ ନ୍ୟାୟ ଦେବାପାଇଁ ମଧ୍ୟ ନବୀନଙ୍କୁ ଗୁହାରି କରିଛନ୍ତି। ଚାଷୀ ମାନଙ୍କ ସମ ଦୁଃଖିରେ ସମ ଦୁଃଖି ନବୀନ ସେମାନଙ୍କୁ ସାନ୍ତ୍ଵନା ଦେବା ସହ ମନ ଟାଣ ରଖିବାକୁ ପରାମର୍ଶ ଦେଇଛନ୍ତି। ସେ ସବୁବେଳେ ଚାଷୀ ଭାଇଭଉଣୀ ମାନଙ୍କ ରହି ଆସିଛନ୍ତି। ଏହି ଅବସରରେ ନବୀନ ତୁରନ୍ତ ଚାଷୀଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି। ସେ କହିଛନ୍ତି ବର୍ଷା ସମୟରେ ଚାଷୀମାନଙ୍କୁ ଆଗୁଆ ସୂଚନା ମିଳିଥିଲେ ସେମାନଙ୍କ ଫସଲ ନଷ୍ଟ ହୋଇନଥାନ୍ତା। ପୁରୀ ଜିଲ୍ଲାର ଚାଷୀକୁଳ ଆଜି ଘୋର ଦୁଃଖରେ ଅଛନ୍ତି। ଅଦିନିଆ ବର୍ଷା ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ତେଣୁ କାଳ ବିଳମ୍ବ ନକରି ସରକାର ତୁରନ୍ତ କ୍ଷେତିପୁରାଣ ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଗ୍ରସ୍ତ ସମୟରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା, ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ସତ୍ୟବାଦୀ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତରାୟ, ପୁରୀ ସଦର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁନିଲ ମାହାନ୍ତି, କାକଟପୁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ତୁଷାର କାନ୍ତି ବେହେରା, ପିପିଲି ପୂର୍ବତନ ବିଧାୟକ ଶ୍ରୀ ରୁଦ୍ରପ୍ରତାପ ମହାରଥୀ, ପୁରୀ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଦିବାକର ପାତ୍ର, ନିମାପଡ଼ା ଯୁବ ନେତା ସୁବତ୍ର ଛାଟୋଇ, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧିନ ନାୟକ ,ଜିଲ୍ଲା ପରିଷଦଙ୍କ ପ୍ରତିନିଧି, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ, କଣାସ ବ୍ଲକ ଅଧ୍ୟକ୍ଷା, ସତ୍ୟବାଦୀ ଓ କଣାସ ବ୍ଲକ ବିଜୁ ଜନତା ଦଳ ସଭାପତି ଏବଂ ବହୁ ଚାଷୀ ଉପସ୍ଥିତ ଥିଲେ।