ନବୀନଙ୍କ ଆରୋଗ୍ୟ ପାଇଁ ପାର୍ଥ ସାରଥୀ ମନ୍ଦିରରେ ପ୍ରଦୀପ ପ୍ରଜ୍ବଳନ

ପାତ୍ରପୁର, (ୱାଇ ଏନ ଏସ):ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଜରଡ଼ା ଗଡ଼ ସ୍ଥିତ ପାର୍ଥସାରଥୀ କ୍ଷେତ୍ର ଠାରେ ଚିକିଟୀ ବିଜେଡି ପକ୍ଷରୁ ପ୍ରଦୀପ ପ୍ରଯୋଳନ କରାଯାଇଥିଲା। ଚିକିଟି ବିଜେଡି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପ ଦେବଙ୍କ ନେତୃତ୍ୱରେ ଏକ ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସଫଳତାର ସହିତ ଅସ୍ତ୍ରୋପଚାର ହୋଇଥିବାରୁ ନବୀନ ପଟ୍ଟନାୟକ ଚିକିତ୍ସିତ ହୋଇ ତୁରନ୍ତ ଓଡ଼ିଶାକୁ ଫେରି ଓଡ଼ିଶା ବାସିଙ୍କ ସେବା କରିବା ପାଇଁ କର୍ମୀ ମାନେ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଛି। ରବିବାର ଦିନ ବିଭିନ୍ନ ବ୍ଲକରେ ଦିପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଚିକିଟୀ ବିଜେଡି ପକ୍ଷରୁ ମଧ୍ୟ ଦିପଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ବାପୁଜୀ ବିଷୋୟୀ, ବିଜୟ ପ୍ରଧାନ, ଭଗବାନ ପାତ୍ର, ବାଦପୁର ସରପଞ୍ଚ ଶଶାଙ୍କ ପାଣିଗ୍ରାହୀ, ବିଜେଡି ଯୁବ ସମ୍ପାଦକ ସଂଗ୍ରାମ କେଶରୀ ନାୟକ, ଜେ ଧର୍ମା ରେଡ୍ଡୀ,ସାହେବ ବିଷୋୟୀ, ବୃନ୍ଦାବନ ପ୍ରଧାନ, ନାଗମା ରାଓ, ସନ୍ତୋଷ ନାୟକ, ପ୍ରଦୀପ ପାତ୍ର, ବଳରାମ ପଣ୍ଡା, ସୋମ୍ୟ ପ୍ରଧାନ, ସରୋଜ ବିଷୋୟୀ, କୈଳାଶ ସାହୁ, ଦୀପକ ପ୍ରଧାନ, ସୁଶାନ୍ତ ବେହେରା, ତୀର୍ଥ ପ୍ରଧାନ, ଶିବ ପ୍ରଧାନ, ଗୋପୁ ପାଣିଗ୍ରାହୀ, ସୁଶାନ୍ତ ପ୍ରଧାନ, ସନ୍ତୋଷ ପ୍ରଧାନ, ଜୀବନ ପ୍ରଧାନ ଓ କାଳିଆ ପ୍ରଧାନଙ୍କ ସହିତ ଶତାଧିକ ଯୁବକ ଛାତ୍ର ମହିଳା ଉପସ୍ଥିତ ରହି ଆଶୁ ଆରୋଗ୍ୟ କାମନା କରିବା ସହ ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ