ନବୀନଙ୍କ ଟ୍ୱିଟ ପରେ ଫି କମାଇବେ ବେସରକାରୀ ସ୍କୁଲ

ଭୁବନେଶ୍ୱର : ଲକଡାଉନ ଓ ତଦଜନିତ ଆର୍ଥିକ ଚାପ ଯୋଗୁଁ ଲୋକମାନେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଅପ୍ରେଲରୁ ଜୁନ ପର୍ଯ୍ୟନ୍ତ ଫି ହ୍ରାସ ବା ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛିଯେ, ଅପ୍ରେଲରୁ ଜୁନ ପର୍ଯ୍ୟନ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକ ଫି ହ୍ରାସ ବା ଛାଡ଼ କରିବା ଉଚିତ । ଯାହାଦ୍ୱାରା ଅଭିଭାବକମାନେ ଉପକୃତ ହୋଇପାରିବେ । କରୋନା ଯୋଗୁଁ ଅଭିଭାବକମାନଙ୍କ ଆୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ସୂଚନାଯୋଗ୍ୟଯେ, ବେସରକାରୀ ବିଦ୍ୟାଳୟଗୁଡ଼ିକ ଫି’ ଛାଡ଼ କରନ୍ତୁ ବୋଲି ଅଭିଭାବକ ମହାସଂଘ ପକ୍ଷରୁ ଦାବି କରାଯାଉଛି । ଲକଡାଉନ ସମୟରେ ମଧ୍ୟ ଅଭିଭାବକ ମହାସଂଘ ପକ୍ଷରୁ ନିଜ ନିଜ ଘରେ ଏନେଇ ଧାରଣା ଦିଆଯିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ