ନବୀନଙ୍କ ସ୍ୱଛ ଶାସନରେ ଅନୁପ୍ରାଣିତ ଯୁବ ଡାକ୍ତର ସୁମିତ ଜନସବା ପାଇଁ ଆଶାୟୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଛ ଶାସନରେ ଅନୁପ୍ରାଣିତ ହୋଇ ଜନତାଙ୍କ ସେବା କରିବା ପାଇଁ ମନ ବଳାଇଛନ୍ତି ଯୁବ ଡାକ୍ତର ସୁମିତ କୁମାର ସାହୁ । କେନ୍ଦ୍ରାପଡା ସହରର ମଢିଆଳ ଗ୍ରାମରେ ଜନ୍ମଗ୍ରହଣ କରିଥିବା ସୁମିତ ବିଦ୍ୟାଳୟ ଓ ପରେ ମହାବିଦ୍ୟାଳୟରୁ ବିଜ୍ଞାନରେ ଶିକ୍ଷା ଲାଭ କରି ଡାକ୍ତରୀ ପଢିଥିଲେ । ଗତ ୨୦୧୭ ମସିହାରେ ଡାକ୍ତରୀ ଶିକ୍ଷାରେ କୃତକାର୍ଯ୍ୟ ହୋଇ ରୋଗୀ ସେବା କରୁଥିଲେ । ଜଣେ ଡାକ୍ତର ଭାବରେ ଲୋକଙ୍କ ସେବା କରୁଥିବା ଯୁବ ଡାକ୍ତର ସୁମିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଛ ଶାସନ ଓ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏବେ ଜଣେ ଜନ ପ୍ରତିନିଧି ହେବାକୁ ମନ ବଳାଇଛନ୍ତି । ସୁମିତ କେନ୍ଦ୍ରାପଡା ପୈାରାଞ୍ଚଳର ୫ନମ୍ବର ୱାର୍ଡରୁ ବିଜୁ ଜନତା ଦଳରୁ କାଉନସିଲର ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ମନବଳାଇଛନ୍ତି । ଛାତ୍ର ଜୀବନ ଓ ପରେ ଡାକ୍ତର ଭାବରେ ବିଭିନ୍ନ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିବା ସୁମିତଙ୍କୁ ବିଜେଡିରୁ ପୈାରାଞ୍ଚଳର ୫ନମ୍ବର ୱାର୍ଡରେ କାଉନସିଲର ପ୍ରାର୍ଥୀ କରାଗଲେ ସେ ମୁଖ୍ୟମନ୍ତ୍ରୀଙ୍କ ସ୍ୱଛ ଶାସନ ଓ ବିକାଶ କାର୍ଯ୍ୟକୁ ନେଇ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଜନସେବା କରିବାକୁ ସୁଯୋଗ ପାଇପାରିବେ ବୋଲି କହିଛନ୍ତି । ସେ କହିଛନ୍ତି ମୋତେ ସୁଯୋଗ ମିଳିଲେ ଘର ଘର ବୁଲି ବିନା ମୂଲ୍ୟରେ ରୋଗୀଙ୍କ ସେବା କରିବା ସହ ୱାର୍ଡବାସୀମାନଙ୍କ ବିଭିନ୍ନ ମୈାଳିକ ସମସ୍ୟାର ସମାଧାନ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ