ନବୀନଙ୍କ ୭୯ତମ ଜନ୍ମ ଦିବସରେ ସାମୁହିକ ଦୀପଦାନ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ଏବଂ ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ୭୯ ତମ ଜନ୍ମ ଦିବସ ବୁଧବାର ହିଞ୍ଜିଳି ବିଜେଡି ପକ୍ଷରୁ ମହାଆଡମ୍ବର ସହକାରେ ପାଳନ କରାଯାଇଛି । ବିଧାୟକଙ୍କ ପୈାରାଞ୍ଚଳ ପ୍ରତିନିଧି ପ୍ୟାରୀମୋହନ ପାଣିଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମକର୍ତ୍ତା ସ୍ଥାନୀୟ ପୈରାଞ୍ଚଳ ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ପହଞ୍ଚିଥିଲେ। ମନ୍ଦିର ପରିସରରେ ଦଳୀୟ କର୍ମୀମାନେ ସାମୁହିକ ଦୀପଦାନ କରି ନବୀନଙ୍କ ଦୀର୍ଘାୟୁ କାମନା କରିଥିଲେ। ନବୀନଙ୍କ ଜନ୍ମ ଦିବସକୁ ଜନସେବାର ସଂକଳ୍ପ ଦିବସ ଭାବେ ହିଞ୍ଜିଳି ବିଜେଡି ପାଳନ କରିଛି। ଆଗାମୀ ଦିନରେ ଦଳକୁ ଅଧିକ ଶକ୍ତିଶାଳୀ କରିବା ସହ ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବା ପାଇଁ ଦଳୀୟ କର୍ମୀମାନେ ଶପଥ ପାଠ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ପୈାରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ଜିଲ୍ଲା ପରିଷଦ ସଭ୍ୟା ପ୍ରିତି ସାହୁ, ବ୍ଳକ ପ୍ରତିନିଧି ଦୁର୍ଗା ମାଧବ ମହାନ୍ତି, ପ୍ରଦୀପ କୁମାର ପଣ୍ଡା, ତରୁଣ ପଣ୍ଡା, ବସନ୍ତ ବେହେରା, ଶ୍ୟାମଘନ ବେହେରା, ରୋହିତ ବିଷୋୟୀ, ସନାତନ ନାହାକ, ଜିତେନ୍ଦ୍ର ସ୍ବାଇଁ, କେଶବ ମହାରଣା, ଭିକା ବେହେରା, ଜଗନ୍ନାଥ ସାହୁ, ପ୍ରଭାତ ମହାରଣା, ପର୍ଶୁରାମ ସାହୁ, ଅନିଳ ସ୍ବାଇଁ , ଆର୍ଯ୍ୟବାଳା ସାହୁ, ଗାୟତ୍ରୀ ପୃଷ୍ଟିଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।


