ନବୀନରେ ମକର ମିଳନ
ବ୍ରହ୍ମପୁର: ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ନବୀନ ଭବନ ପରିସରରେ ବୁଧବାର ଦିନ ମକର ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ କାର୍ଯ୍ୟକାରୀ ସଭାପତି ଡା. ଶ୍ରୀବତ୍ସ ଦଳାଇ, ସମ୍ପାଦକ ଡା.ଚନ୍ଦ୍ରମଣି ସ୍ୱାଇଁ, ବୈଜ୍ଞାନିକ ଡ଼. ଡମ୍ବରୁଧର ସାହୁ, ଇଂ. ଉପେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ, ଶ୍ରମିକ ନେତା ସତ୍ୟନାରାୟଣ ତ୍ରିପାଠୀ, କବି ମାଗୁଣୀ ମିଶ୍ର, ବରିଷ୍ଠ ସାମ୍ବାଦିକ ଅନୀଳ କୁମାର ପାଢ଼ୀ, ଓଡ଼ିଶା ଭାସ୍କର ବ୍ରହ୍ମପୁର ସଂସ୍କରଣ ମୁଖ୍ୟ ଶରତ ଚନ୍ଦ୍ର ନନ୍ଦ, ଯୁବ ସାମ୍ବାଦିକ ପ୍ରଦୀପ କୁମାର କର, କୃଷ୍ଣଚନ୍ଦ୍ର ପାଳ, ସୁଶାନ୍ତ କୁମାର କର, ପବିତ୍ର ଚୌଧୁରୀ, ସମାଜସେବୀ ପ୍ରଶାନ୍ତ କୁମାର ମହାପାତ୍ର, କପିଳ ଚନ୍ଦ୍ର ମହାନ୍ତି, ରାକେଶ କୁମାର ଷଡଙ୍ଗୀ ପ୍ରମୁଖ ଯୋଗଦେଇ ମକର ସଂକ୍ରାନ୍ତିର ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ପବିତ୍ର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।


