ନବୀନ ନମ୍ବର -୧ମୁଖ୍ଯମନ୍ତ୍ରୀ ଘୋଷଣା ପରେ ବ୍ଲକ ନଗର ବିଜେଡି ତରଫରୁ ଉତ୍ସବ ପାଳନ

ଜି. ଉଦୟଗିରି, (ରଘୁନାଥ ସାହୁ): ଏବିପି-ସି ଭୋଟର ପକ୍ଷରୁ ଦେଶ କା ମୋଡ୍ କାଯ୍ଯକ୍ରମ ଜରିଆରେ କରାଯାଇଥିବା ଜନମତ ସର୍ଭେରେ ନବୀନଙ୍କୁ ଦେଶର ଏକ ନମ୍ବର ମୁଖ୍ଯମନ୍ତ୍ରୀ ର ମାନ୍ଯତା ମିଳିବା ପରେ ଆରମ୍ଭ ହୋଇଛି ଶୁଭେଚ୍ଛା, ଅଭିନନ୍ଦନର ସୁଅ । ଏହି କ୍ରମରେ ଆଜି ସଂଧ୍ଯା ରେ ନଗର ଏବଂ ବ୍ଲକ ବିଜେଡି ତରଫରୁ ଗାନ୍ଧୀ ଛକ ଠାରେ ଏକାଠି ହୋଇ ବାଣ ଫୁଟାଇ, ମିଠା ବଣ୍ଟନ କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି ।ସରକାରଙ୍କ ଜନକଲ୍ୟାଣ ଯୋଜନା ସହିତ ପ୍ରାକୃତିକ ବିପର୍ଯ୍ୟୟ ବେଳେ ସଠିକ୍ ରଣନୀତି କାରଣ ରୁ ସାରା ବିଶ୍ୱରେ ପରିଚିତ ବୋଲି କହିଛନ୍ତି ଦଳୀୟ ନେତା । ଜି. ଉଦୟଗିରି ପୂର୍ବତନ ଏନଏସି ଅଧକ୍ଷ ପି. ସଂଜୀବ କୁମାର ପାତ୍ର ଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାଯ୍ଯକ୍ରମ ରେ ବ୍ଲକ ସଭାପତି ସୀମାଞ୍ଚଳ ନାୟକ, ଛାତ୍ର ବ୍ଲକ ସଭାପତି ଛଟନ କୁମାର ନାୟକ,  ଜିଲ୍ଲା ଯୁବ ସଂପାଦକ ଅନୀଲ କୁମାର ଦଳବେହେରା,ଯୁବ ନଗର ସଭାପତି ବ୍ରହ୍ମାନନ୍ଦ ସାହୁ ସହିତ ବରିଷ୍ଠ ନେତା ନବିନ୍ ନାୟକ, କୁନିମା ପ୍ରଧାନ, ରମେଶ ବେହେରା, ଦେବନାଥ ଦଳବେହେରା, ସୁଶିଳ ପାଣିଗ୍ରାହୀ, ବୁଲୁ ତ୍ରିପାଠୀ ,ଶଙ୍କର ସେଠି ପ୍ରମୁଖ ଯୋଗ ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ