ନବୀନ ନିବାସରେ ୫-ଟି ଅଧ୍ୟକ୍ଷକଙ୍କ ସହ ଉତ୍କଳ ସାମ୍ବାଦିକ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ୫-ଦଫା ଦାବି ପୂରଣ ପାଇଁ ସୋମବାର ଦିନ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ସଂଘ ପକ୍ଷରୁ ହୋଇଥିବା ଦାବୀ ସମ୍ପର୍କରେ ଅବଗତ ହେବା ସହ ଖୁବଶିଘ୍ର ଏହିସବୁ ଦାବୀ ଗୁଡ଼ିକୁ ସରକାର ବିଚାର କରି ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ପାଣ୍ଡିଆନ ପ୍ରତିଶ୍ରୁତି ଦେଇଥିଲେ ।ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ସଂଘର ଉପଦେଷ୍ଟା ପପୁ ମହାନ୍ତି, ପ୍ରଦୋଷ ପଟ୍ଟନାୟକ, ଶ୍ରୀରାମ ଦାସ, ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ପୂର୍ଣ୍ଣଚନ୍ଦ୍ର ନାୟକ, ସନତ ମିଶ୍ର, ପବିତ୍ର ମହାରଥା, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ଉପସଭାପତି ରଶ୍ମୀରଞ୍ଜନ ମିଶ୍ର, ପ୍ରଦୀପ ତ୍ରିପାଠୀ, ରାଧାକାନ୍ତ ମିଶ୍ର, ମନୋଜ ପ୍ରଧାନ, ଭରତ ବେହେରା, ସନ୍ତୋଷ କୁମାର ଦାସ, ମନୋଜ କୁମାର ଦାସ, ସତ୍ୟନାରାୟଣ ମିଶ୍ର, ତ୍ରିବିକ୍ରମ ରାକୃଷ୍ଣ ମହାପାତ୍ର, ବିଶ୍ୱଜିତ ପଟ୍ଟନାୟକ, ହରିହର ସ୍ୱାଇଁ, ଲୋକନାଥ ଦଳେଇ, ଶିବଶଣଣ ମିଶ୍ର, ଜିତେନ୍ଦ୍ର ମହାନ୍ତି, ଜିତେନ୍ଦ୍ର ସାହୁଙ୍କ ସମେତ ଏକ ୩୫ଜଣିଆ ପ୍ରତିନିଧି ମଣ୍ଡଳୀ ନବୀନ ନିବାସ ଯାଇ ସାକ୍ଷାତ୍ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଲୋଚନା ସମୟରେ ଅନ୍ୟ୧୭ଗୋଟି ରାଜ୍ୟ ପରି ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ପେନସନ ପ୍ରଦାନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ପ୍ରବର୍ତ୍ତିତ ସ୍ୱାସ୍ଥ୍ୟବୀମା ଯୋଜନାରେ ପିତାମାତାଙ୍କ ସହ ୨୫ ବର୍ଷରୁ ଉର୍ଦ୍ଧ୍ୱ ସନ୍ତାନ ସନ୍ତତିଙ୍କୁ ସାମିଲ୍‌, ପ୍ରେସ୍ ଏକାଡ଼େମୀ ଗଠନ ଏବଂ ଅଧିସ୍ୱୀକୃତ କମିଟିର ପୁନର୍ଗଠନ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ଆଲୋଚନା ସମୟରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଉପସ୍ଥିତ ଥିଲେ । ଇତିମଧ୍ୟରେ ଦେଶର ଯେଉଁସବୁ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ବହୁବିଦ୍ଧ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହୋଇଛି ତାହାର ଦସ୍ତାବିଜ ଓ ୯୦ଜଣ ବିଧାୟକ ଓ ସାଂସଦଙ୍କ ସୁପାରିଶ ପତ୍ର ସଂଘ ପକ୍ଷରୁ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଥିଲା । ତେବେ ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ବାଦିକ ମାନଙ୍କ ପାଇଁ ଘୋଷିତ କରୋନା ମୃତ୍ୟୁ ଜନିତ ସହାୟତା ରାଶି ପ୍ରଦାନ, ପ୍ରଚଳିତ ସ୍ୱାସ୍ଥ୍ୟବୀମା ରାଶିକୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ