ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ

ଭୁବନେଶ୍ୱର,: କଟକ ସହରକୁ ସରସ ସୁନ୍ଦର କରିବା ସହିତ ଖ୍ୟାତିସମ୍ପନ୍ନ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜକୁ ବିଶ୍ୱସ୍ତରୀୟ ମେଡ଼ିକାଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ଗ୍ରହଣ କରିଥିବାରୁ କଟକ ସହରବାସୀଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।
ଶୁକ୍ରବାର ଅପରାହ୍ନରେ ମନ୍ତ୍ରୀ ପ୍ରତାପ ଜେନା, କଟକ ସଦର ବିଧାୟକ ଚନ୍ଦ୍ରସାଥରୀ ବେହେରା, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ହଜାର ହଜାର କଟକବାସୀ ନବୀନ ନିବାସରେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ବଧାଇ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କର ଜନ୍ମ ସହରର ସାମଗ୍ରିକ ବିକାଶ ପାଇଁ ସୁଚିନ୍ତିତ ପଦକ୍ଷେପ ନେଇଥିବାରୁ କଟକ ସହରବାସୀ କୃତଜ୍ଞ ବୋଲି ସେମାନେ ଦର୍ଶାଇଥିଲେ । ବିଶେଷକରି ହାଡ଼ିଆପଠାରେ ୪୨୧ ଏକର ଜମି ଏବଂ ଜଗତପୁରରେ ୭୨ ଏକର ଜମିକୁ ନେଇ ଅଭିନବ ସହର ଓ ଏସ୍‌ସିବିର ସମ୍ପ୍ରସାରଣ କାର୍ଯ୍ୟ ହେବ । ଏହାଦ୍ୱାରା କଟକ ସହର ଦେଶର ଅନ୍ୟତମ ପର୍ଯ୍ୟଟନ ସହର ହେବ ବୋଲି ସେମାନେ ଆଶାପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ