ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପଦାନ,ନୂତନ ପଞ୍ଚାୟତ କମିଟି କର୍ମକର୍ତ୍ତାଙ୍କୁ ସ୍ୱାଗତ
ମାଲକାନଗିରି,(ମନୋଜ କୁମାର ସାହା): ମାଲକାନଗିରି ବ୍ଲକ ବିଜୁ ଜନତା ଦଳ ତରଫରୁ ୧୯ ଟି ଗ୍ରାମ ପଞ୍ଚାୟତର ପଞ୍ଚାୟତ କମ୍ମିଟି ଓ ବ୍ଲକ କମ୍ମିଟି କର୍ମକର୍ତ୍ତାଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ସଦର ବ୍ଲକ ଥାପାଗୁଡା ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ମାଲକାନଗିରି ବ୍ଲକ ବିଜୁ ଜନତା ଦଳ ତରଫରୁ ବ୍ଲକ ସଭାପତି ସର୍ବ କୁମାର ବିଶୋଇଙ୍କ ନେତୃତ୍ୱରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଯୋଗ ଦେଇ ନବ ନିଯୁକ୍ତ ସମସ୍ତ ପଞ୍ଚାୟତ କମ୍ମିଟି କର୍ମକର୍ତ୍ତା ଓ ବ୍ଲକ କମ୍ମିଟି କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସମସ୍ତ କର୍ମକାର୍ତ୍ତାଙ୍କ ଉପସ୍ଥିତିରେ ଥାପାଗୁଡା ଶିବ ମନ୍ଦିର ମହାପ୍ରଭୁ ଶ୍ରୀ କୁଣ୍ଡଳେଶ୍ୱରଙ୍କ ନିକଟରେ କୋଟି ଓଡିଶାର ଜନ ପ୍ରିୟ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପଦାନ ସାଙ୍ଗକୁ ପ୍ରାର୍ଥନା କରାଯାଇଛି । ଆଜିର କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳର ବରିଷ୍ଠ ନେତା ଗୋପାଳ କୃଷ୍ଣ ପଣ୍ଡା ଉପସ୍ଥିତ ସମସ୍ତ ନବ ନିଯୁକ୍ତ ପଞ୍ଚାୟତ କମ୍ମିଟି ଓ ବ୍ଲକ କମ୍ମିଟିଙ୍କୁ କିଭଳି ଭାବେ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ଯାଇ ବିଜୁ ଜନତା ଦଳକୁ ମଜବୁତ୍ କରିବା ସହ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ବୁଝାଇଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ, ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ, ମାଲକାନଗିରି ପୌର ଉପାଧ୍ୟକ୍ଷା କବିତା ମହନ୍ତ, ମହିଳା ନେତ୍ରୀ ପ୍ରଶାନ୍ତି ଲତା ବିଶୋଇ, ବରିଷ୍ଠ ବିଜେଡି ନେତା ଘନଶ୍ୟାମ ମାଡକାମୀ, ଡମ୍ବରୁ ବାଘ, ସହଦେଵ ମୁଦୁଲି, ଗାନ୍ଧୀ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡକାମୀ, ସରପଞ୍ଚ ସୁଦର୍ଶନ କୋପେଙ୍କ ସହିତ ୧୯ଟି ଗ୍ରାମ ପଞ୍ଚାୟତର ସମସ୍ତ ପଞ୍ଚାୟତ କମିଟି ଓ ବ୍ଲକ କମିଟି କର୍ମକର୍ତ୍ତାଙ୍କ ଓ ବିଜୁ ଜନତା ଦଳର ସମସ୍ତ ସକ୍ରିୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।