ନବୀନ ବାବୁଙ୍କ ବିକାଶର ବାର୍ତ୍ତା ନେଇ ଘରକୁ ଘର ବୁଲି ପ୍ରଚାର କଲେ ବିଧାୟକ ସ୍ବରୂପ ଦାସ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ବର ପୌରପରିଷଦ ୧୯ ଓ ୧୩ନଂ ୱାର୍ଡରେ ଅନୁଷ୍ଠିତ ହୋଇଥିଲା ଘରେ ଘରେ ଶଂଖ କାର୍ଯ୍ୟକ୍ରମ।ଏହି ଅବସରରେ ବାଲେଶ୍ବର ବିଧାୟକ ସ୍ବରୂପ କୁମାର ଦାସ ଘରକୁ ଘର ବୁଲି ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଷୟରେ ସଚେତନତା କରାଇବା ସହ ଆସନ୍ତା ଜୁନ ୧ ତାରିଖରେ ଉଭୟ ସାଂସଦ ଏବଂ ବିଧାୟକ ପାର୍ଥିଙ୍କୁ ଶଂଖ ଚିହ୍ନରେ ଆଶିର୍ବାଦ ଭିକ୍ଷା କରିଥିଲେ।୧୯ନଂ ୱାର୍ଡର ଭାସ୍କରଗଞ୍ଜ,ତେଲେଙ୍ଗାସାହି ଏବଂ ୧୩ନଂ ୱାର୍ଡର ବୈରାମ ନଗର ଅଞ୍ଚଳରେ ବିଧାୟକ ପ୍ରଚାର କରିଥିବା ବେଳେ,ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଉପାଧ୍ୟକ୍ଷ ମନୋଜ ରାଉତ,ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରଂଜନ ବାଗ,କାଉନସିଲର ସୋଭା ମହାପାତ୍ର, ପୂର୍ବତନ କାଉସିଲର ବିଶ୍ବଜିତ ମହାପାତ୍ର,ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଧିରେନ ନାୟକ,ବିଜେଡି ନେତା ନିଶାନ୍ତ ପଟ୍ଟନାୟକ,କୌସିକ ପଣ୍ଡା,ନାରୀ ନେତ୍ରୀ ରାଜଲକ୍ଷ୍ମୀ ଚାଟ୍ଟାଜୀ ପ୍ରମୁଖ ସାମିଲ ହୋଇ ବିଜୁ ଜନତା ଦଳ ପାଇଁ ପ୍ରଚାର କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ