ନବୋଦୟ ବିଦ୍ୟାଳୟ ବୈଠକରେ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ଜବାହାର ନବୋଦୟ ବିଦ୍ୟାଳୟ ହଦଗଡରେ ଆଜି ପରିଚାଳନକା କମିଟିର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପି ମଣିକଣ୍ଡନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପରିଚାଳନା କମିଟିର ଚେୟାରମ୍ୟାନ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଯୋଗଦେଇଥିଲେ । ବିଦ୍ୟାଳୟଟି ହଦଗଡ ହସ୍ତୀ ଅଭୟାରଣ୍ୟ ନିକଟବର୍ତ୍ତୀ ହୋଇଥିବା କାରଣରୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ସମସ୍ୟା ମଧ୍ୟରେ ବିଶେଷକରି ସ୍ଥାୟୀ ପାଚେରୀ, ଖେଳପଡିଆ, ସୋଲର ଲାଇଟ, ମୋବାଇଲ ଟାୱାର, ବିଜୁଳି ପରିବହନ ବ୍ୟବସ୍ଥା ସହିତ ହଦଗଡ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର, ବିଦ୍ୟାଳୟଟିକୁ କଠିନ ଅଞ୍ଚଳ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କ ସହଯୋଗ ଇତ୍ୟାଦି ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଜିଲ୍ଲାପାଳ ଶ୍ରୀ ଠାକରେ ଯଥା ସମ୍ଭବ ଏ ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶୃତି ଦେବା ସଙ୍ଗେ ସଙ୍ଗେ ସ୍ଥାନୀୟ ବିଧାୟକ ଭାଗିରଥି ସେଠୀଙ୍କୁ ମଧ୍ୟ ସହଯୋଗ ପାଇଁ ଅନୁରୋଧ କରିଥିଲେ । ପାଚେରୀ ଏବଂ ଖେଳ ପଡିଆ ନିମନ୍ତେ ଆକଳନ କରି ରିପୋର୍ଟ ଦେବାକୁ ପୂର୍ତ୍ତ ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ଏହି ବୈଠକରେ ଆନନ୍ଦପୁର ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ସାହୁ, ହାଯଡିହି ତହସିଲଦାର ଗାୟତ୍ରୀ ସୋରେନ, ଜିଲ୍ଲାପରିଷଦ ସଦସ୍ୟ ଟିକି କିସ୍କୁଙ୍କ ସମେତ ଅନେକ ଅଭିଭାବକ ଉପସ୍ଥିତ ଥିଲେ । ଅଧ୍ୟାପକ ବିଦ୍ୟାଧର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଉପାଧ୍ୟକ୍ଷ ସଚିଦାନନ୍ଦ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ