ନବ ନିର୍ମାଣ କୁଷକ ସଙ୍ଗଠନ ପକ୍ଷରୁ ଫାଇଭି ଟି ସଚିବଙ୍କ ପୋଲସରା ଗ୍ରସ୍ତକୁ ବିରୋଧ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ବୁଗୁଡା ନିକଟସ୍ଥ ପ୍ରସିଦ୍ଧ ବୁଦ୍ଧଖୋଲରେ ଅଗଷ୍ଟ ୨୪ ତାରିଖ ଦିନ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଅଗଷ୍ଟ ୨୬ ତାରିଖ ଶନିବାର ଦିନ ଫାଇଭି ଟି ସଚିବ ଭି କାର୍ତ୍ତିକେୟନ ପାଣ୍ତିଆନଙ୍କ ପୋଲସରା ସରକାରୀ ଗସ୍ତ କାର୍ଯ୍ୟକ୍ରମକୁ ବିରୋଧ କରିବା ଉଦେଶ୍ୟରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ୟ ଦେବୀ ପ୍ରସାଦ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜିଲ୍ଲା କାର୍ଯ୍ଯକାରିଣୀ ସଦସ୍ୟ ମନୋଜ କୁମାର ମିଶ୍ର, ରଞ୍ଜନ ସ୍ବାଇଁ, ଅରୁଣ ସାହୁ, ଚରଣ କୁମାର ଉପସ୍ଥିତ ରହି ଅଗଣତାନ୍ତ୍ରୀକ କାର୍ଯ୍ଯକଳାପକୁ ଗଣତାନ୍ତ୍ରୀକ ପ୍ରକ୍ରିୟାରେ ବିରୋଧ ପ୍ରଦର୍ଶନ କରାଯିବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଶ୍ରୀ ପାଣ୍ଡିଆଙ୍କ ସରକାରୀ ଗସ୍ତ ଦିନ ପୋଲସରା ଠାରେ ସଙ୍ଗଠନ ପକ୍ଷରୁ ବିରୋଧ କରିବା ସହିତ କଳା ପତାକା ପ୍ରଦର୍ଶନ କରିବା ପାଇଁ ସ୍ଥିର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ