ନବ ପଲ୍ଲବ ସାହିତ୍ୟ ଅନୁଷ୍ଠାନର କବିତା ଆସର

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା ସ୍ଥିତ ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନବ ପଲ୍ଲବ ସାହିତ୍ୟ ଅନୁଷ୍ଠାନର ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ସଭାପତି ଅଭିମନ୍ୟୁ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗାଲେରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ, ସମ୍ମାନୀତ ଅତିଥି ଭାବେ ସମ୍ପାଦକ ଡ.ରତ୍ନାକର ମଳିକ ଏବଂ ଉପସଭାପତି ଶରତ ଚନ୍ଦ୍ର ଦାସ,ଅଧ୍ୟକ୍ଷା ମାମା ପରିଡ଼ା ପ୍ରମୁଖ ମଞ୍ଚାସୀନ ଥିଲେ I କାର୍ଯ୍ୟକ୍ରମ ପ୍ରାରମ୍ଭରେ ତୃପ୍ତିମିତ୍ରା ରଥ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ I ଏହି ଅବସରରେ ଅଧ୍ୟାପକ କୈଳାସ ଚନ୍ଦ୍ର ପାଢୀଙ୍କ ସଂଯୋଜନାରେ କବି ଜଗତମୋହନ ରଥ ,ଚନ୍ଦ୍ରମଣି ଲେଙ୍କା, ମାଣିକ ବଳ, ଚିନ୍ମୟ ପୋଲାଇ, ଗୋପାଳ ଚନ୍ଦ୍ର ଲେଙ୍କା, ତୃପ୍ତିମିତ୍ରା ରଥ,ଶିଶିର କାନ୍ତ ନାୟକ ଏବଂ ଶିଶିର କୁମାର ସ୍ୱାଇଁ ପ୍ରମୁଖ ନିଜର ସ୍ଵରଚିତ କବିତା ପାଠ କରିଥିଲେ I କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଶ୍ରୀ ନାୟକ ସମାଜ ପାଇଁ ସାହିତ୍ୟର ଆବଶ୍ୟକତା ବିଷୟରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ ଚନ୍ଦ୍ର ଲେଙ୍କା ,ଭକ୍ତରାମ ଦାଶ , ଦିଲ୍ଲୀପ୍ କୁମାର ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ଏହି ଅବସରରେ ଅନୁଷ୍ଠାନ ଉପସଭାପତି ଶରତଚନ୍ଦ୍ର ଦାଶଙ୍କ ସ୍ଵରଚିତ କବିତା ପୁସ୍ତକ କବିତା କଳ୍ପଲତା ‘ କୁ ଉନ୍ମୋଚିତ କରାଯାଇଥିଲା I କବୟିତ୍ରୀ ତୃପ୍ତିମିତ୍ରା ରଥଙ୍କୁ ଆଜିର କାର୍ଯ୍ୟକ୍ରମର ଭାଗ୍ୟଶାଳୀ ବିଜେତା ଘୋଷଣା କରାଯାଇଥିଲା I ଅନୁଷ୍ଠାନର ସହ ସମ୍ପାଦକ ଶିଶିର କୁମାର ସ୍ଵାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମାଣିକ ବଳ ଧନ୍ୟବାଦ ଜ୍ଞାପନ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର ସଂଯୋଜନା କରିଥିଲେ I ମହାବିଦ୍ୟାଳୟର କର୍ମଚାରୀ ସନ୍ୟାସୀ ପାତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ