ନବ ବଧୂର ମୃତ ଦେହ ଉଦ୍ଧାର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ବାଲିପୋଖରୀ ପଂଚାୟତ ଜଗନ୍ନାଥପ୍ରସାଦ ଗ୍ରାମ ଠାରେ ଜଣେ ନବବଧୂଙ୍କର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଗ୍ରାମର ପ୍ରଭାତ ବାରିକଙ୍କ ପୁଅ ବିଶ୍ୱଜିତ ଗତ ଆଷାଢ଼ ମାସରେ ଯାଜପୁର ଜିଲ୍ଲା ମୋଟରାଙ୍ଗପାଳ ଗ୍ରାମର ସ୍ବର୍ଗତ କାମଦେବ ବାରିକଙ୍କ ଝିଅ ଶକ୍ତିମୟୀକୁ ବୈଦିକ ରୀତିରେ ବିବାହ କରିଥିଲେ। ଆଜି ସନ୍ଧ୍ୟାରେ ନବ ବଧୂ ଜଣକ ଶୋଇବା ଘର ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଥିବା ପରିବାର ଲୋକ ଦେଖିବାକୁ ପାଇଛନ୍ତି। ଖବର ପାଇ ଶକ୍ତିମୟୀଙ୍କ ବାପଘର ଲୋକ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ପୁଲିସ ମଧ୍ୟ ଗ୍ରାମରେ ପହଞ୍ଚି ଶବ ଜବତ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଛି। ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ।


