ନଭେମ୍ବର ୧୩ରେ ଆଶ୍ରୟର ପ୍ରୋଜେକ୍ଟ ସକ୍ଷମ-୨୦୨୨

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚଳିତବର୍ଷ ନଭେମ୍ବରମାସ ୧୩ ତାରିଖରେ ଆଶ୍ରୟର ‘ପ୍ରୋଜେକ୍ଟ ସକ୍ଷମ-୨୦୨୨’ ଉତ୍ସବ ଅନୁଷ୍ଠିତ ହେବପ୍ରତିବର୍ଷଭଳିଚଳିତବର୍ଷକିଛିସହୃଦୟ ବ୍ୟକ୍ତିଙ୍କମିଳିତସହଯୋଗରେ ଆଶ୍ରୟ ପକ୍ଷରୁ ଆୟୋଜିତ ପ୍ରୋଜେକ୍ଟ ସକ୍ଷମ-୨୦୨୨ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବିଭିନ୍ନକ୍ଷେତ୍ରରେକୃତିତ୍ୱ ଅର୍ଜନ କରିଥିବାଛାତ୍ରଛାତ୍ରୀମାନଙ୍କୁ ‘ଆଶ୍ରୟ ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବ ।କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତକରାଯିବାସହିତସମାଜସେବାକ୍ଷେତ୍ରରେଉତ୍ସର୍ଗୀକୃତବ୍ୟକ୍ତିଙ୍କୁ ‘ଆଶ୍ରୟ ପୁରସ୍କାର’ ଏବଂମେଧାବୀ ଦିବ୍ୟାଙ୍ଗଛାତ୍ରଛାତ୍ରୀମାନଙ୍କୁ ‘ଛାତ୍ରବୃତ୍ତି’ ପ୍ରଦାନ କରାଯିବ ।ଏହାବ୍ୟତୀତଉତ୍ସବରେ ଆଶ୍ରୟର ସ୍ୱତନ୍ତ୍ର ସଂଖ୍ୟାଉନ୍ମୋଚନ କରାଯିବାସହ ଆଲୋଚନା ଓ କର୍ମଶାଳାଏବଂସାଂସ୍କୃତିକକାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦିବ୍ୟାଙ୍ଗ ତଥା ଭିନ୍ନକ୍ଷମ ଓ ଅସହାୟମାନଙ୍କ ବହୁବିଧ କଲ୍ୟାଣ ନିମନ୍ତେ ଶରଣକୁଳଠାରେ ଥିବାରାଜ୍ୟର ଅଗ୍ରଣୀ ଓ ପ୍ରତିଷ୍ଠିତସମାଜକଲ୍ୟାଣସଂଗଠନ ‘ଆଶ୍ରୟ’ ଜାଗ୍ରତ ପ୍ରହରୀ ପରିକାମକରଉଛି । ଦିବ୍ୟାଙ୍ଗମାନଙ୍କୁସମାଜରମୁଖ୍ୟସ୍ରୋତରେସାମିଲକରିବାହେଉଛି ‘ପ୍ରୋଜେକ୍ଟସକ୍ଷମ’ର ଆଭିମୁଖ୍ୟ । ଏହିଉତ୍ସବରେ ଦିବ୍ୟାଙ୍ଗସେମାନଙ୍କ ଅଭଭାବକ ଓ ଦିବ୍ୟାଙ୍ଗମାନଙ୍କ ପ୍ରତି ଅନୁକମ୍ପା ଥିବାଜନସାଧାରଣଙ୍କୁଯୋଗ ଦେବା ପାଇଁ ‘ଆଶ୍ରୟ’ର ପ୍ରତିଷ୍ଠାତା ନିର୍ଦ୍ଦେଶକସମାଜସେବୀଲୋକନାଥ ଦାସ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ