ନଭେମ୍ବର ୨୬ ସାଧାରଣ ଧର୍ମଘଟକୁ ସିପିଆଇ (ଏମ୍‌-ଏଲ) ଲିବରେସନର ସମର୍ଥନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକମାରଣ ନୀତି ବିରୁଦ୍ଧରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ କୃଷକ ସଂଗଠନମାନଙ୍କ ୨୬ ନଭେମ୍ବର ସାଧାରଣ ଧର୍ମଘଟକୁ ସିପିଆଇ (ଏମ୍‌-ଏଲ) ଲିବରେସନ ସମର୍ଥନ କରୁଛି । କର୍ପୋରେଟ ସଂସ୍ଥାମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଶ୍ରମ ଆଇନ୍‌ର ସଂଶୋଧନ, ଶ୍ରମିକମାନଙ୍କ ଅଧିକାର ଓ ଜୀବନକୁ ବିପନ୍ନ କରୁଛି । ଠିକ୍ ସେହିଭଳି କୃଷକମାନଙ୍କ ବିରୁଦ୍ଧରେ କେନ୍ଦ୍ର ସରକାର ତିନୋଟି କୃଷି ବିଲ୍‌କୁ ଆଇନ୍‌ରେ ପରିଣତ କରି କୃଷକର ସର୍ବନାଶ କରିଛନ୍ତି । କୃଷି କ୍ଷେତ୍ରରେ କର୍ପୋରେଟ ଫାର୍ମିଂକୁ ଅନୁମତି ଦେବା ଫଳରେ ଦେଶରେ ଖାଦ୍ୟାଭାବ ସୃଷ୍ଟି ହେବ ଓ କୃଷିକ୍ଷେତ୍ରରେ ନିଯୁକ୍ତିକୁ ସବୁଦିନ ପାଇଁ ସଙ୍କୁଚିତ କରିଦେବ । ଏଣୁ ଦେଶକୁ ଏହି ବିପର୍ଯ୍ୟୟରୁ ରକ୍ଷା କରିବାକୁ ଶ୍ରମିକ ଓ କୃଷକ ସଂଗଠନମାନେ ୨୬ ତାରିଖରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡ଼ାକରାକୁ ଆମେ ସମର୍ଥନ କରୁଛୁ ଓ କୃଷକମାନେ ଦେଇଥିବା ଦେଶବ୍ୟାପୀ ବିକ୍ଷୋଭ ଆନ୍ଦୋଳନକୁ ସମର୍ଥନ କରୁଛୁ ।ଆମ ରାଜ୍ୟ ଓଡ଼ିଶାରେ ଆଇନ୍‌ର ଶାସନ ଭୁଷୁଡ଼ି ପଡ଼ିଛି । ପୁରୀ ଓ ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା ଏହାର ଜ୍ୱଳନ୍ତ ଉଦାହରଣ । ଆମେ ଏହାର ଘୋର ନିନ୍ଦା କରୁଛୁ । ଯେଭଳି ଭାବରେ ହାଜତ ମୃତ୍ୟୁ ଓ ଥାନାରେ ଥାର୍ଡ଼ ଡ଼ିଗ୍ରୀର ବ୍ୟବହାର କରାଯାଉଛି ତାହା ବ୍ୟକ୍ତି ସ୍ୱାଧୀନତା, ମାନବିକ ଅଧିକାର ଓ ଜୀବନର ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ତେଣୁ ଏଥିପାଇଁ ଦାୟୀ ସମସ୍ତ ଅଧିକାରୀଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରାଯାଉ ଓ କ୍ଷତିଗ୍ରସ୍ତ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ