ନମସ୍ତେ ପ୍ରଶାସନ,ସଲାମ ପୋଲିସ

ବୁଗୁଡା,(ଅନିଲ କୁମାର ମହାରଣା): ଚୀନରୁ ଉତ୍ପତ୍ତି ମହାମାରୀ କରୋନା ବର୍ତ୍ତମାନ ସାରା ବିଶ୍ୱରେ କାୟା ବିସ୍ତାର କରି କବଳିତ କରି ରଖିଥିବା ବେଳେ ସେଥିରୁ ମୁକ୍ତିପାଇଁ ଏକମାତ୍ର ପନ୍ଥା ହେଲା ଲକ୍ ଡାଉନ ଆଇନକୁ ସମସ୍ତେ ମାନି ଚାଲିବା। ଆମେ ପ୍ରାୟ ସମସ୍ତେ ଜାଣିଛନ୍ତିଯେ କରୋନା ଭୁତାଣୁ ପାଇଁ ପ୍ରତିଷେଧକ କିମ୍ବା ଔଷଧ ନାହିଁ। ଘର ଭିତରୁ ବାହାରକୁ ନଆସିବା,ଘରେ ମଧ୍ୟରେ ବାରମ୍ବାର ସାବୁନ ବା ହ୍ୟାଣ୍ଡ ୱାସରେ ହାତ ଧୋଇବା, ଏକ ମିଟରରୁ ଅଧିକ ସାମାଜିକ ଦୂରତା ବଜାୟ ରଖିବା, ଅତି ଆବଶ୍ୟକ ସ୍ଥଳେ ବାହାରକୁ ଗଲେ ଘରେ ପ୍ରବେଶ ପୂର୍ବରୁ ହାତ ସଫା କରିବା ଏହିପରି କେତେକ ପ୍ରତିରୋଧ ବ୍ୟବସ୍ଥା ଗ୍ରହଣ କଲେ ଆମେ କରୋନା ସଂକ୍ରମଣରୁ ରକ୍ଷା ପାଇ ପାରିବା। ଜନସାଧାରଣଙ୍କ ସୁରକ୍ଷା କବଚ ହେଉଛି ଲକ ଡାଉନ।ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ , ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ କରୋନାର ଭୟାବହ ବିଷୟରେ କହିବା ସହ ବାରମ୍ବାର ସଚେତନତା ବାର୍ତ୍ତା ପ୍ରଦାନ କଲେ ମଧ୍ୟ କେତକ ଏହାକୁ ରାଜନୈତିକ ଦଳର ବନ୍ଦ ଡାକରା ବୋଲି ଭାବୁଛନ୍ତି। ଯାହା ଫଳରେ ଆମାନିଆ କେତେ ଜଣଙ୍କୁ ବାଟକୁ ଆଣିବାକୁ ବିଶେଷ ଭାବେ ପୋଲିସ ପ୍ରଶାସନ ଅଣନିଶ୍ୱାସି ହୋଇପଡିଲେଣି। କରୋନା ପାଇଁ ଓଡ଼ିଶାର ପଦକ୍ଷେପକୁ ଭାରତ ସହ ସାରା ବିଶ୍ୱ ପ୍ରଶଂସା କରିଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନର କାର୍ଯ୍ୟକଳାପ ମଧ୍ୟ ସର୍ବଶ୍ରେଷ୍ଠରେ ରହିଛି। ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ସାଇକେଲରେ ସାଇ ସାଇ ବୁଲି ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରି ଦିବାରାତ୍ର ଏକ କରିଥିବା ବେଳେ ବ୍ଲକ ସ୍ତରର ପ୍ରଶାସକ ମଧ୍ୟ ବାଦ ପଡିନାହାଁନ୍ତି। ବିଭିନ୍ନ ବ୍ଲକର ଦାଦନ ଶ୍ରମିକବୃନ୍ଦ କେରଳରେ ଫସି ଅର୍ଦ୍ଧ ଆହାରରେ ଥିବା ବିଷୟ ନେଇ ରାତ୍ର ସାଢ଼େ ଦଶଟା ବେଳେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ସହ ମୁଁ ଆଲୋଚନା କରିଥିବା ବେଳେ ରାତ୍ର ମଧ୍ୟରେ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ ଜାରି ରଖି କେରଳରେ ଅର୍ଦ୍ଧାହାରରେ ଥିବା ଶ୍ରମିକଙ୍କ ନିକଟକୁ ପରଦିନ ମଧ୍ୟାହ୍ନ ସୁଧା ଦୁଇ ହଜାର ଟଙ୍କା ପଠେଇବା ସହ ସେମାନଙ୍କର ଦୁଇ ବେଳା ଖାଇବାର ବ୍ୟବସ୍ଥା କରିଥିଲେ। ସେହିପରି ବୁଗୁଡା ପୋଲିସ ବହୁ ବ୍ୟସ୍ତତା ମଧ୍ୟରେ କରୋନା ସଂକ୍ରମଣ ଯେପରି ଲକ ଡାଉନ ଦ୍ୱାରା ରୋକା ଯାଇପାରିବ ସେଥିପାଇଁ ଦିବାରାତ୍ର ପେଟ୍ରୋଲିଂ କରିବା ସହ ଜନସଚେତନତାରେ ଲାଗି ପଡିଛି। ଲକ୍ ଡାଉନ ଯୋଗୁଁ ଅନେକ ବିଭାଗ କର୍ମଚାରୀ ଘରେ ରହି ଦରମା ପାଉଥିବା ବେଳେ ଏମାନଙ୍କ କାର୍ଯ୍ୟ ପାଇଁ ଆମେ ନିଶ୍ଚିତ ଭାବେ କହିବା, ନମସ୍ତେ ପ୍ରଶାସନ, ସଲାମ ପୋଲିସ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ