ନରହନ୍ତା ବଣୁଆ ହାତୀ ପୁଣି ଫେରିଲା ଯାଜପୁର
ଯାଜପୁର,(ଯୁଗାବ୍ଦ ନ୍ୟୁଜ୍): ଯାଜପୁର ଜିଲ୍ଲାରେ ଦୀର୍ଘ ୧୦ ଦିନ ଧରି ତାଣ୍ଡବ ରଚିଥିବା ବଣୁଆ ହାତୀ ୪ ଜଣଙ୍କର ଜୀବନ ନେଇଥିବା ବେଳେ ୧୦ ଜଣଙ୍କୁ ଆହାତ କରିଥିଲା । ବନ ବିଭାଗ ତରଫରୁ ନରହନ୍ତା ହାତୀକୁ ଧରିବା ବହୁ ସଂଘର୍ଷ ପରେ କାବୁ କରିବାରେ ସଫଳ ହୋଇଥିଲା । ଶେଷରେ ଯାଜପୁର ବାସୀଙ୍କ ମୁହଁରେ ହସ ଫୁଟିଥିବାର ଦେଖିବାକୁ ମିଳିଥିଲା ।ଯାଜପୁର ଜିଲ୍ଲାରୁ ଆଜି ନରହନ୍ତା ହାତୀକୁ ଉଦ୍ଧାର କରି କଟକ କୁସନପୁର ଅଂଚଳ ସ୍ଥାନାନ୍ତରିତ କରିବାକୁ ବନ ବିଭାଗ ହାତୀକୁ ନେଉଥିବା ବେଳେ ରାସ୍ତାରେ ସାଧାରଣ ଲୋକଙ୍କ ସମସ୍ତେ ବିରୋଧ କରିବା ସହ ନରହନ୍ତା ହାତୀକୁ ଅଂଚଳ ଜଙ୍ଗଲରେ ଛାଡିବାକୁ ସଂମ୍ପୁର୍ଣ୍ଣ ବାରଣ କରାଯାଇଥିଲା । ଫଳରେ ବନ ବିଭାଗ କୈାଣସି ଉପାୟ ନପାଇ ଶେଷରେ ପୁଣି ଥରେ ହାତୀକୁ ଫେରାଇ ଆଣି ଚଣ୍ଡି ଖୋଲ ସ୍ଥିତ ଫାର୍ମ ହାଉସରେ ଛଡା ଯାଇଛି । ହାତୀର ଗୋଡକୁ ଶିକୁଳିରେ ବାନ୍ଧି ଚିକିତ୍ସା ଚାଲିଛି । ସଂମ୍ପୁର୍ଣ୍ଣ ହାତୀଟି ସୁସ୍ଥ ହେଲେ କୈାଣସି ଜଙ୍ଗଲ କିମ୍ବା ନନ୍ଦନକାନନରେ ଛଡାଯିବ ବୋଲି ସୂଚନା ମିଳିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୈାଣସି ସୂଚନା ମିଳିପାରିନାହିଁ